ସଂକ୍ରମଣ ରୋକିବାକୁ ପୁଣି ଏକ ପଦକ୍ଷେପ: ଟ୍ୱିନସିଟିରେ ମର୍ଣ୍ଣିଂ ୱାକ୍ ଓ ସାଇକ୍ଲିଂ ବନ୍ଦ
କରୋନା ସଂକ୍ରମଣକୁ ରୋକିବା ଲାଗି କମିଶନରେଟ ପୋଲିସ ଗୁରୁବାର ଦିନ ଟ୍ୱିନସିଟିରେ ନିୟମ ଗୁଡିକୁ କଡାକଡା କରିଛନ୍ତି। ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା କରିଛନ୍ତି ସିପି । ତେବେ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି। ଅନ୍ୟପକ୍ଷରେ, ଚାରି ଚକିଆ ଯାନରେ ଡ୍ରାଇଭର ସମେତ କେବଳ ତିନି ଜଣଙ୍କୁ ଅନୁମତି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।
ବିଶେଷ କରି ଟୁଇନ୍ ସିଟିରେ ସଂକ୍ରମଣ ଅଧିକ ବ୍ୟାପୁଥିବା ଦେଖିବାକୁ ମିଳିଛି। ଯେଉଁ କାରଣରୁ ରାଜ୍ୟ ସରକାର ପୂରା ରାଜ୍ୟକୁ ଲକଡାଉନ୍ କରିଛନ୍ତି । ଲକଡାଉନ୍ କଟକଣା ସମୟରେ ଲୋକେ ମର୍ଣ୍ଣିଂ ୱାକ୍, ଇଭିନିଂ ୱାକ୍ ଓ ସାଇକ୍ଲିଂ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏବେ ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବାକୁ ସମ୍ପୂର୍ଣ୍ଣ ମନା କରିଛନ୍ତି ସିପି।
ସିପି କହିଛନ୍ତି, କିଛି ଲୋକେ ଲକଡାଉନରେ ମର୍ଣ୍ଣିଂ ୱାକ୍, ଇଭିନିଂ ୱାକ୍ ଓ ସାଇକ୍ଲିଂ କରୁଥିବା ଦେଖିବାକୁ ମିଳିଛି, ଯାହା ସମ୍ପୂର୍ଣ୍ଣ ଗାଇଡଲାଇନର ଉଲ୍ଲଙ୍ଘନ। ରାସ୍ତା ଉପରକୁ ଆସି ଗହଳି ନକରିବା ହେଉଛି ଲକଡାଉନର ଉଦ୍ଦେଶ୍ୟ । ତେଣୁ ଏବେ କୌଣସି ଗହଳି କଲା ଭଳି କାର୍ଯ୍ୟ ଅର୍ଥାତ୍ ୱାକିଂ ଓ ସାଇକ୍ଲିଂ କରିପାରିବେ ନାହିଁ।
Powered by Froala Editor