ହୃଦ୍ଘାତରେ କର୍ଣ୍ଣାଟକ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ପରଲୋକ

କର୍ଣ୍ଣାଟକର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଉମେଶ ବିଶ୍ୱନାଥ କଟ୍ଟିଙ୍କର ୬୧ ବର୍ଷ ବୟସରେ ହୃଦ୍ଘାତ ଯୋଗୁଁ ପରଲୋକ ଘଟିଛି। ବିଶ୍ୱନାଥଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ବସଭାରାଜ ବୋମାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ନିଧନ ବଜେପି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଟ୍ୱିଟ୍ କରି ବୋମାଇ କହିଛନ୍ତି।
ଉମେଶ ବିଶ୍ୱନାଥ କଟ୍ଟି ଡଲାର୍ କଲୋନିସ୍ଥିତ ବାସଭବନର ବାଥରୁମରେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ହୃଦ୍ଘାତ ଯୋଗୁଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘରେ ତାଙ୍କର ପତ୍ନୀ, ପୁଅ ଓ ଝିଅ ଅଛନ୍ତି।
ଉମେଶ ବିଶ୍ୱନାଥ କଟ୍ଟି ୧୯୮୫ରେ ପିତା ବିଶ୍ୱନାଥ କଟ୍ଟୀଙ୍କ ଦେହାନ୍ତ ପରେ ରାଜନୀତିରେ ପ୍ରବେଶ କରିଥିଲେ। ଉମେଶ କଟ୍ଟୀ ବେଳଗାବୀ ଜିଲ୍ଲାର ହୁକ୍କେରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୮ ଥର ବିଜୟୀ ହୋଇଥିଲେ। ପୃଥକ୍ ଉତ୍ତର କର୍ଣ୍ଣାଟକ ରାଜ୍ୟ ଦାବି କରି ସେ ସବୁବେଳେ ଚର୍ଚ୍ଚାରେ ଥିଲେ। ଏବେ ସେ କର୍ଣ୍ଣାଟକର ବନ ବିଭାଗ ଓ ଖାଦ୍ୟ ଓ ଯୋଗାଣ ବିଭାଗର ଦାୟିତ୍ୱ ତୁଲାଉଥିଲେ।

Powered by Froala Editor