ଷ୍ଟ୍ରେଟ୍ ଅଫ୍ ହର୍ମୁଜ ପ୍ରଣାଳୀ ବନ୍ଦ
‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’କୁ ଆଗାମୀ ସୂଚନା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିବା ନେଇ ଇରାନ ଦାବି କରିଛି । ଇରାନର କହିବାନୁସାରେ, ଏକ ବାଣିଜ୍ୟିକ ଜାହାଜ ନିର୍ଦ୍ଧାରିତ ମାର୍ଗରୁ ହଟି ଯାତ୍ରା କରୁଥିଲା ଏବଂ ନିଜର ଟ୍ରାକିଂ ସିଷ୍ଟମ ମଧ୍ୟ ବନ୍ଦ କରିଦେଇଥିଲା । ଏହା ପରେ ସେହି ଜାହାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାକୁ ଅଟକ ରଖାଯାଇଛି ।
ଏଥିରେ କୁହାଯାଇଛି ଯେ ଏହି ଅଞ୍ଚଳରେ ଆମେରିକାର ହସ୍ତକ୍ଷେପ ବନ୍ଦ ନହେବା ପର୍ଯ୍ୟନ୍ତ ଏହି ବନ୍ଦ ବଳବତ୍ତର ରହିବ। ଏକ ଜାହାଜ ଚେତାବନୀ ଗୁଳି ଚଳାଇବା ପରେ ଏହି ପଦକ୍ଷେପ ନିଆଯାଇଛି। IRGC ଦାବି କରିଛି ଯେ ଜାହାଜଟି ଏକ ଅନଧିକୃତ ପଥ ଦେଇ ପରିବହନ କରିବାକୁ ଚେଷ୍ଟା କରୁଥିଲା। ଏହା ପରେ ଆମେରିକୀୟ ସାମରିକ ବାହିୀନ IRGC ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି।
ଇରାନର ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (IRGC) ର ନୌସେନା ମୁତାବକ, ଅନ୍ୟ କିଛି ଜାହାଜ ମଧ୍ୟ ବିନା ଅନୁମତିରେ ଏହି ସାମୁଦ୍ରିକ ପଥ ଦେଇ ଯିବାକୁ ଚେଷ୍ଟା କରୁଥିଲେ । ସେମାନଙ୍କୁ ଗତିପଥ ବଦଳାଇବାକୁ ଚେତାବନୀ ଦିଆଯାଇଥିଲେ ହେଁ ସେମାନେ ନିର୍ଦ୍ଦେଶ ପାଳନ କରିନଥିଲେ । ଯାହାଫଳରେ ଇରାନ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ହର୍ମୁଜ୍ ଷ୍ଟ୍ରେଟ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହିତ ଇରାନର ନୌସେନା ସୁପରପାୱାର ଆମେରିକାକୁ ମଧ୍ୟ କଡ଼ା ଚେତାବନୀ ଦେଇଛି ।
Powered by Froala Editor