ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

କରଞ୍ଜିଆ : ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ପ୍ରସବ ମୃତଦେହ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା କୂଦରବିଶିଦା ଗାଁ ନିକଟ ଦେଇ ଯାଇଥିବା ଭଣ୍ଟନ ନଦୀରେ ଆଜି ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମହିଳା ଜଣଙ୍କ କୂଦରବିଶିଦା ଗାଁର ବୋଲି ଅନୁମାନ କରାଯାଉଛି। ତେବେ ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏଭଳି ଅବସ୍ଥାରେ ତାଙ୍କର କିଭଳି ମୃତ୍ୟୁ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
Powered by Froala Editor