ନାବାଳିକାଙ୍କୁ ଗାଡ଼ିରେ ଦୁଷ୍କର୍ମ
ପାରାଦୀପ: ନାବାଳିକାଙ୍କୁ ଦୁଷ୍କର୍ମ । ଜଗତସିଂପୁର ଜିଲ୍ଲା ପାରାଦୀପରେ ଜଣେ ଡ୍ରାଇଭର ନାବାଳିକାଙ୍କୁ ଗାଡ଼ିରେ ନେଇ ଏକ ଘର ଭିତରେ ଚାରିଦିନ ଧରି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପାରାଦୀପ ଲକ୍ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ।
ସୂଚନାନୁସାରେ, ଗଣେଶ ଚତୁର୍ଥୀ ଦିନ ନାବାଳିକା ଜଣକ ରାସ୍ତାରେ ପୂଜା କରିବାକୁ ଯାଉଥିବା ସମୟରେ ଅନିଲ ନାୟକ ତାଙ୍କୁ ଗାଡ଼ିରେ ବସିବାକୁ କହିଥିଲେ । ଏହାସହ ଏକ ଘରେ ବିଭିନ୍ନ ପ୍ରକାର ଶାରୀରିକ ନିର୍ୟ୍ୟାତନା ଦେବା ସହିତ ଚାରିଦିନ ଧରି ଦୁଷ୍କର୍ମ କରିଥିଲେ । ନାବାଳିକା ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଅଭିଯୁକ୍ତର ନଜରବନ୍ଦୀରେ ରହିଥିବାରୁ ବାହାରକୁ ବାହାରିବା ଅସମ୍ଭବ ହୋଇଥିଲା।
ପରେ ସେ ଉପସ୍ଥିତ ବୁଦ୍ଧି ଖଟାଇ ମା ଦେଇଥିବା ୫ ଶହ ଟଙ୍କାକୁ ଏକ ଛୋଟ ଝିଅକୁ ଦେଇ ନିଜର ଭଉଣୀକୁ ଦେବାକୁ କହିଥିଲା । ଯାହାଫଳରେ ଟଙ୍କା ଦେବାକୁ ଆସିଥିବା ଝିଅଠାରୁ ବିସ୍ତୃତ ସୂଚନା ପାଇବାପରେ ସମାଜସେବୀଙ୍କ ସହଯୋଗରେ ବାପା, ମାଆ ଝିଅଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ସମସ୍ତ ଘଟଣା ଶୁଣିବା ପରେ ଲକଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପୋଲିସ ଅଭିଯୁକ୍ତ ଅନିଲ ନାୟକକୁ ଗିରଫ କରିବାରେ ସଫଳ ହେବା ସହ ଘଟଣାରେ ଆଉ କିଏ ସାମିଲ ଥିବାନେଇ ତଦନ୍ତ ଚଳାଇଛି ।
Powered by Froala Editor