ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଗଳିତ ମୃତଦେହ ଠାବ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ତରତରା ଛକ ନିକଟରେ ଦୁଇ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ କରାଯାଇଛି । ତିନି ଚାରିଦିନ ତଳୁ ସେମାନେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ମୃତ୍ୟୁର କାରଣ ଜଣାପଡି ନାହିଁ । ଖବରପାଇ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୁଚନାରୁ ଜଣାଯାଇଛି ଯେ ଦଧିବାନପୁର ଗ୍ରାମର କମଳାକାନ୍ତ ଜେନା ରତକଣା ଗ୍ରାମର ଜଣେ ନାବାଳିକାକୁ ଭଲପାଉଥିଲା । ଏପରିକି ଗତ ଅଗଷ୍ଟ ମାସରେ ସେମାନେ ନିଜ ଘରେ ବୈଦିକ ରୀତିରେ ବିବାହ କରୁଥିବାବେଳେ ପ୍ରଶାସନ ପହଞ୍ଚି ନାବାଳିକା ବିବାହ ବୋଲି ଦର୍ଶାଇ ଏହାକୁ ରୋକିଥିଲା । ଝିଅର ୧୮ବର୍ଷ ପୁରିଗଲେ ବିବାହ କରିବ ବୋଲି ଉଭୟ ପରିବାରକୁ ପରାମର୍ଶ ଦେଇଥିଲା । କିନ୍ତୁ ଗତ ୪ଦିନ ହେଲା ଉଭୟ ଘରୁ ନିଖୋଜ ହୋଇଯାଇଥିଲେ । ଆଜି ସନ୍ଧ୍ୟାରେ ଦୁଇଟି ମୃତଦେହ ପଚି ଯିବା ଅବସ୍ଥାରେ ତରତରା ଛକ ନିକଟରେ ଝୁଲୁଥିବା ଖବର ପ୍ରଚାରିତ ହୋଇଯିବା ପରେ ଶହଶହ ଲୋକଙ୍କ ଭିଡ ଜମିଥିଲା । ଏହି ମୃତ ଦୁଇଟି କମଳାକାନ୍ତ ଓ ରତକଣା ଗ୍ରାମର ସେହି ନାବାଳିକାର ବୋଲି ସନ୍ଦେହ କରୁଛନ୍ତି । ଏପରିକି ତାଙ୍କ ପରିବାର ଲୋକେ ପହଞ୍ଚି ଚିହ୍ନଟ ମଧ୍ୟ କରିଛନ୍ତି । କିନ୍ତୁ କଣପାଇଁ ସେମାନେ ମଲେ ତାହା ସେମାନେ କହିପାରୁ ନାହାନ୍ତି । ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

Powered by Froala Editor