କୁଆଖାଇ ନଦୀରେ ବୁଡିଗଲେ ଦୁଇ ଯୁବକ
କଟକ: ଗାଧୋଇବା ବେଳେ ଅଘଟଣ। କୁଆଖାଇ ନଦୀରେ ବୁଡିଗଲେ ଦୁଇ ଯୁବକ।କଟକ ପ୍ରତାପନଗରୀ ନିକଟରେ ଗାଧୋଉଥିବା ବେଳେ ୨ଜଣ ଯୁବକ ନିଖୋଜ ହୋଇଥିବା ଜଣାପଡିଛି। ଉଦ୍ଧାର ପାଇଁ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି।
ସୂଚନା ମୁତାବକ, ପାଞ୍ଚ ଜଣ ଯୁବକ ସାଙ୍ଗ ହୋଇ ପ୍ରତାପନଗରୀ ନିକଟରେ ଥିବା କୁଆଖାଇ ନଦୀରେ ଗାଧୋଉଥିଲେ। ତେବେ ହଠାତ୍ ପାଞ୍ଚ ଜଣ ସାଙ୍ଗ ପାଣିରେ ଭାସି ଯାଇଥିଲେ।ତୁରନ୍ତ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଦୁଇ ଜଣ ନିଖୋଜ ଅଛନ୍ତି।
Powered by Froala Editor