ଇଦଗାହ ମୈଦାନରେ ହେବନାହିଁ ଗଣେଶ ପୂଜା : ସୁପ୍ରିମ୍କୋର୍ଟ
ବେଙ୍ଗାଲୁରୁର ଇଦଗାହ ମୈଦାନରେ ହେବନାହିଁ ଗଣେଶ ପୂଜା । ସୁପ୍ରିମକୋର୍ଟ ଏହି ମାମଲାରେ ପୂର୍ବାବସ୍ଥା ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୨ ଘଣ୍ଟା ଶୁଣାଣି ପରେ ତିନି ଜଜ ବିଶିଷ୍ଟ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ, ହାଇକୋର୍ଟ ଉଦଗାହ ପଡ଼ିଆରେ ଗଣେଶ ମହୋତ୍ସବ ପାଇଁ ଅନୁମତି ଦେଇଥିଲେ। ଯାହାକୁ ସର୍ବୋଚ୍ଚ ଅଦାଲତରେ ମୁସଲମାନଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା।
ଏହାର ବିଚାର କରି ବିଚାରପତି ଇନ୍ଦିରା ବାନାର୍ଜୀ, ଏ.ଏସ୍. ଓକା ଏବଂ ଏମ୍.ଏମ୍. ସୁନ୍ଦ୍ରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଇଦଗାହ ପଡ଼ିଆରେ ଗତ ୨୦୦ ବର୍ଷ ଧରି ଏଭଳି ହୋଇନାହିଁ। ସେଠାରେ ଯଥାସ୍ଥିତି ବଜାୟ ରଖାଯାଉ। ଗଣେଶ ପୂଜା ଅନ୍ୟ ସ୍ଥାନରେ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିଚାରପତି ଇନ୍ଦିରା ବନାର୍ଜୀ ଶୁଣାଣି ସମୟରେ କହିଥିଲେ, ଭଗବାନ ଗଣେଶଙ୍କଠାରୁ ଆମକୁ କ୍ଷମା ଦିଅନ୍ତୁ । ଯଥାସ୍ଥିତ ବଳବତ୍ତର ରଖିବାର ଆଦେଶ ଦୁଇ ପକ୍ଷଙ୍କ ଉପରେ ଲାଗୁ ହେବ ।
Powered by Froala Editor