ଶାଶୁଙ୍କ ସନ୍ଦେହଜନକ ମୃତ୍ୟୁ, ଧାରଣା ଦେଇଥିବା ବୋହୂ ଫେରାର୍
ଖଲ୍ଲିକୋଟ : ନିର୍ୟାତନା ଅଭିଯୋଗରେ ଶାଶୁଘର ଆଗରେ ବୋହୂ ଧାରଣା ଦେଇଥିବା ବେଳେ ଶାଶୁଙ୍କ ସନ୍ଦେହଜନକ ମୃତ୍ୟୁ। ଗଞ୍ଜାମ ଥାନା ମଧ୍ୟଖଣ୍ଡ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶାଶୂଙ୍କ ମୃତ୍ୟୁ ପରେ ଧାରଣାସ୍ଥଳରୁ ବୋହୂ ଛୁ ମାରିଛି।
ସୂଚନାନୁଯାୟୀ, ଗଞ୍ଜାମ ଥାନା ମଧ୍ୟଖଣ୍ଡ ସାହିର ନାରାୟଣ ପଣ୍ଡାଙ୍କ ବୋହୂ ତନ୍ମୟୀ ପଣ୍ଡା ନିର୍ୟାତନା ଅଭିଯୋଗ କରି ଶନିବାର ଦିନ ଶାଶୁଘର ଆଗରେ ଧାରଣା ଦେଇଥିଲେ। ହେଲେ ଆଜି ସକାଳୁ ସନ୍ଦେହଜନକ ଅବସ୍ଥାରେ ଶାଶୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ବୋହୂ ତନ୍ମୟୀ ଧାରଣାସ୍ଥଳରୁ କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି। ଏନେଇ ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor