କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ଗୋଡାଇ ମାରିଲେ ପ୍ରଧାନଶିକ୍ଷୟିତ୍ରୀ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ବେଲବାହାଳି ପଞ୍ଚାୟତ ଡିହସାହି ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ ପଙ୍କଜିନୀ ସାହୁଙ୍କୁ ସେହି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଲିଲିପ୍ରିୟା ଯେନା ଗୋଡ଼ାଇ ତୁଡାଇ ମାଡ଼ ମାରିଥିବା ଘସିପୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି।
ବିଭିନ୍ନ ସମୟରେ ଲିଲିପ୍ରିୟା କନିଷ୍ଠ ଶିକ୍ଷୟିତ୍ରୀଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇବା ଗାଳିଗୁଲଜ କରିବା ଭଳି ଘଟଣା ଘଟୁଥିବା ବେଳେ କନିଷ୍ଠ ଶିକ୍ଷୟିତ୍ରୀ ଏହାର ଅଡିଓ ରେକର୍ଡିଂ କରିଥିଲେ। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଜାଣିପାରିବାରୁ ଶନିବାର ପଙ୍କଜିନୀଙ୍କୁ ମୋବାଇଲ ମାଗିଥିଲେ। ମୋବାଇଲ ନ ଦେବାରୁ ସେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ଦେଖିବା ପରେ ସ୍କୁଲର ପାଚିକା ଏବଂ ଅନ୍ୟ କେତେକ ମହିଳା ଛଡ଼ାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଗ୍ରାମବାସୀ ମଧ୍ୟ ମୁହଁ ଖୋଲିଛନ୍ତି। ପୂର୍ବରୁ ପ୍ରଧାନଶିକ୍ଷୟିତ୍ରୀ ଏଭଳି କାର୍ଯ୍ୟକଳାପ ରହିଆସିଥିବା ଏବଂ ପୂର୍ବରୁ ଜଣେ ଶିକ୍ଷକ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପକୁ ଆଧାର କରି ଅନ୍ୟତ୍ର ବଦଳି ହୋଇଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଅପରାହ୍ନରେ ଘଷିପୁରା ଥାନା ଅଧିକାରୀ ଦୁଇଜଣ ଶିକ୍ଷୟିତ୍ରୀ ଲିଲିପ୍ରିୟା ଜେନା ଏବଂ ପଙ୍କଜିନି ସାହୁଙ୍କୁ ଡାକି ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ପାଟିତୁଣ୍ଡ ଘଟିଥିଲା ଘଷିପୁରା ଥାନାରେ ଦୁଇଜଣ ବୁଝାମଣା କରି ଲିଖିତ ସମାଧାନ କରିଛନ୍ତି । ପରେ ଶିକ୍ଷା ବିଭାଗର ଉଚ୍ଚ କତ୍ତୃପକ୍ଷଙ୍କ ଦ୍ଵାରା କିପରି ସମାଧାନ ହୋଇପାରିବ ଏବଂ ସ୍କୁଲ କମିଟି ମିଟିଂ କରି ଏହାର ସମାଧାନ ତୁରନ୍ତ କରନ୍ତୁ ବୋଲି ଘଷିପୁରା ଥାନା ଅଧିକାରୀ ଆନନ୍ଦପୁର ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
Powered by Froala Editor