୧୨ ଘଣ୍ଟା ଡ୍ୟୁଟି ପରେ ମିଳୁଛି ନିମ୍ନମାନର ଖାଦ୍ୟ, ଥାଳି ଧରି ଅଭିଯୋଗ କଲେ କନଷ୍ଟେବଳ
ହାତରେ ଖାଦ୍ୟ ଥାଳି ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି ଫିରୋଜାବାଦରେ କାମ କରୁଥିବା ଜଣେ କନଷ୍ଟେବଲ ମନୋଜ କୁମାର । ସେ କାନ୍ଦିବା ସହ ଥାଳି ବାଡ଼େଇ ନିଜର ଯନ୍ତ୍ରଣା ବଖାଣିଛନ୍ତି। ଯାହାର ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓ କ୍ଲିପ୍ରେ କନେଷ୍ଟବଳ କହିଛନ୍ତି, “ଆମମାନଙ୍କୁ ଦିଆଯାଉଥିବା ଖାଦ୍ୟକୁ ପଶୁମାନେ ମଧ୍ୟ ଖାଇପାରିବେ ନାହିଁ, କିନ୍ତୁ ଆମକୁ ଏଭଳି ନିମ୍ନମାନର ଖାଦ୍ୟ ଖାଇବାକୁ ଦିଆଯାଉଛି। ବରିଷ୍ଠ ପୋଲିସ କର୍ମଚାରୀ ତଥା ଡିସିପିଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ପାଇଁ ଏଭଳି ଖାଦ୍ୟ ଖାଇବାକୁ ମିଳୁଛି ।”
ଲୋକମାନେ ମନୋଜଙ୍କ ଏପରି ଆଚରଣ ଦେଖି ଭିଡ଼ ଜମାଇଥିଲା। ମନୋଜ ଖାଦ୍ୟକୁ ଦେଖାଇ ଲୋକଙ୍କୁ କହିଛନ୍ତି ଯେ “ମୁଁ ଏସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ କହିଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ମୁଁ ଅଭିଯୋଗ କଲେ ମୋତେ ଚାକିରିରୁ ବାହାର କରିଦେବାର ଧମକ ଦିଆଯାଉଛି।
ପୁଲିସ୍ କର୍ମଚାରୀଙ୍କୁ ଉପଯୁକ୍ତ ଡାଏଟ ପାଇଁ ଭତ୍ତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରି ସାରିଛନ୍ତି। ହେଲେ ଆମକୁ ଦୀର୍ଘ ଘଣ୍ଟାର ଡ୍ୟୁଟି ପରେ ଏମିତି ଖାଦ୍ୟ ଦିଆଯାଉଛି। ମନୋଜ କୁମାର ଆହୁରି କହୁଛନ୍ତି ଯେ “ଏଗୁଡ଼ିକୁ କୁକୁରଙ୍କୁ ଦେଲେ ସେମାନେ ମଧ୍ୟ ଖାଇବେନି। ତୁମ ପିଲାମାନେ କ’ଣ ଏମିତି ଖାଦ୍ୟ ଖାଇପାରିବେ? ୧୨ ଘଣ୍ଟା ଡ୍ୟୁଟି ପରେ ଆମକୁ ଏମିତି ଖାଇବା ମିଳୁଛି। ମୋ କଥା କେହି ଶୁଣୁ ନାହାନ୍ତି। ”
ମନୋଜ କୁମାର ଏପରି ଅଭିଯୋଗ କରିବା ପରେ ତାଙ୍କ ଉପରେ ଦୋଷ ଲଦିଛି ଫିରୋଜାବାଦ ପୁଲିସ୍। ପୁଲିସ୍ ଟ୍ୱିଟ କରି କହିଛି ଯେ ପୂର୍ବରୁ ମଧ୍ୟ ମନୋଜ କୁମାର ଅନେକ ଥର ଶୃଙ୍ଖଳା ଭଙ୍ଗ କରିବାର ନଜିର ରହିଛି।
ସୂଚନା ଥାଉ କି ଯେ ଖାଦ୍ୟର ଗୁଣବତ୍ତା ବିରୋଧରେ ପୁଲିସ୍ କନେଷ୍ଟବଳ ଏହି ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ପ୍ରତିଶ୍ରୁତି ସତ୍ତ୍ୱେ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରାଯାଉନାହିଁ | ମୋତେ ଶୀଘ୍ର ନିଲମ୍ବନ କରାଯିବ। ମୁଁ ଡିଜିପି ସାରଙ୍କୁ ମଧ୍ୟ ଏହି ସମସ୍ୟା ବିଷୟରେ ଅନେକ ଥର କହିଛି, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ।”
Powered by Froala Editor