୯ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଜିଆରଏସ

ଶୁଳିଆପଦା ବ୍ଲକରେ ଆଜି ଜଣେ ଜିଆରଏସ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ଅଁଳାକୁଡ଼ା ପଂଚାୟତର ପଗୁଳୁ ହେମ୍ବ୍ରମ ଘରଠାରୁ ରୁହିଆ ଘର ପର୍ଯ୍ୟନ୍ତ ମନରେଗା ଯୋଜନାରେ ୪ଲକ୍ଷ ଟଙ୍କାର ମାଟି କେନାଲ କାର୍ଯ୍ୟ ଚାଲିଛି । ଏନେଇ ୧ଲକ୍ଷ୧୯ହଜାର୮ସହ ଟଙ୍କାର କାର୍ଯ୍ୟ ସମ୍ପନ୍ନ ହୋଇସାରିଛି । ଉକ୍ତ କାର୍ଯ୍ୟର ବିଲ କରାଇଦେବା ପାଇଁ ଜିଆରଏସ ଠିକାଦାରଙ୍କ ଠାରୁ ୯ହଜାର ଟଙ୍କା ଦାବି କରିଥିଲେ । ଏନେଇ ଅକ୍ଷୟ ସୋରେନ ଭିଜଲାନ୍ସ ବିଭାଗକୁ ଜଣାଇଥିଲେ ।
ଯୋଜନା ମୁତାବକ ଆଜି ଠିକାଦାର ଟଙ୍କା ଦେବା ପୂର୍ବରୁ ଭିଜିଲାନ୍ସ ଟିମ ସଦସ୍ୟ ସେଠାରେ ଥିଲେ । ଠିକାଦାର ଜିଆରଏସଙ୍କ ଘର ଭିତରକୁ ଯାଇ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଚଢ଼ଉ କରି ୯ହଜାର ଜବତ କରିଛି । ଭିଜିଲାନ୍ସ ପଂଚାୟତ କାର୍ଯ୍ୟାଳୟ ଏବଂ ସେ ରହୁଥିବା ଭଡା ଘରେ ଛାନଭିନ ଚଳାଇ ସେଠାରୁ କିଛି କାଗଜ ପତ୍ର ଜବତ କରିଥିବା ଜଣାପଡିଛି ।

Powered by Froala Editor