ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି
ବରିଷ୍ଠ ବୈଜ୍ଞାନିକ ନଲ୍ଲାଥମ୍ୱି କଲାଇସେଲଭି ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହୋଇଛନ୍ତି । ଏହା ବ୍ୟତୀତ ତାଙ୍କୁ ଡିପାର୍ଟମେଣ୍ଟ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ସଚିବ ଦାୟିତ୍ବ ମଧ୍ୟ ପ୍ରଦାନ କରାଯାଇଛି। ଆସନ୍ତା ଦୁଇ ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ସିଏସଆଇଆର ସାରା ଦେଶରେ ୩୮ଟି ଗବେଷଣା ସଂସ୍ଥାର ଏକ ସଂଘ ଅଟେ । ଶେଖର ମାଣ୍ଡେ ଗତ ଏପ୍ରିଲ ମାସରେ ଅବସର ଗ୍ରହଣ କରିଥିଲେ । ମାଣ୍ଡେଙ୍କ ଅବସର ପରେ ବାୟୋଟେକ୍ନୋଲଜି ବିଭାଗର ସଚିବ ରାଜେଶ ଗୋଖଲେ ସିଏସଆଇଆରର ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିଲେ। କଲାଇସେଲ୍ଭି ଏପ୍ରିଲରେ ଅବସର ନେଇଥିବା ଶେଖର ମାଣ୍ଡେଙ୍କ ସ୍ଥାନ ନେବେ।
ଲିଥିୟମ ଆୟନ ବ୍ୟାଟେରୀ କ୍ଷେତ୍ରରେ ନିଜ କାମ ପାଇଁ ଖ୍ୟାତି ଅର୍ଜନ କରୁଥିବା କଲାଇସେଲଭି ଏବେ ତାମିଲନାଡୁର କରଇକୁଡିରେ ସିଏଲଆଇଆର-କେନ୍ଦ୍ରୀୟ ବିଦ୍ୟୁତ ରାୟାସନିକ ଅନୁସନ୍ଧାନ ସଂସ୍ଥା(ସିଇସିଆରଆଇ)ର ନିର୍ଦ୍ଦେଶକ ଅଛନ୍ତି ।
Powered by Froala Editor