ଆଜି ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ
ରେଢାଖୋଲ:ସମ୍ବଲପୁର- ଅନୁଗୋଳ ୫୫ଜାତୀୟ ରାଜପଥର ସଂପ୍ରସାରଣ ଦାବିରେ ଆଜି ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା ଦିଆଯାଇଛି। ରେଢାଖୋଲ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦ ଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡିମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି।
୨୦୧୬ ମସିହାରୁ ଚାରି ଥାକିଆ ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ, ନିର୍ମାଣ କାର୍ୟ୍ୟ ସରି ପାରୁନି। ପୁରୁଣା ରାସ୍ତା ମରାମତି ସହ ନୂଆ ରାସ୍ତାକାମ ତ୍ୱରା ନ୍ୱିତ କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ରାସ୍ତା କାର୍ୟ୍ୟର ଅଗ୍ରଗତି ନ ହେବାରୁ ଏହାର ପ୍ରତିବାଦରେ ରେଢାଖୋଲ ବନ୍ଦ ଡାକରା ଦିଆଯାଇଛି। ବର୍ଷା ଋତୁ ଆସିବା ପରେ ରାସ୍ତା ପୂର୍ବା ଅପେକ୍ଷା ଆହୁରି ଶୋଚନୀୟ ହୋଇପଡିଛି।
Powered by Froala Editor