ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ୍
ଭୁବନେଶ୍ୱର : ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି, ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ରଙ୍କ କଳି ଥମିବାର ନାଁ’ ଧରୁନି । ଗତକାଲି ପ୍ରକୃତି ମିଶ୍ରଙ୍କ ମା ଏକ ଫଟୋ ପୋଷ୍ଟ କରି ଚେନ୍ନାଇରେ ପରିବାର ସହ ଅଛନ୍ତି ବୋଲି ଲେଖିଥିଲେ । କିନ୍ତୁ ସେ ଆଜି ସପରିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହାପରେ ଖାରବେଳ ଥାନା ପୋଲିସ୍ ଟିମ ତାଙ୍କ ଘରେ ପହଞ୍ଚି ପଚରାଉଚରା କରୁଥିବା ସୂଚନା ମିଳିଛି ।
ସୂଚନାଥାଉକି ଗତ ଶନିବାର ସକାଳେ କାର ଭିତରେ ବାବୁସାନ ଓ ପ୍ରକୃତି ମିଶ୍ର ଥିବାବେଳେ ହଠାତ୍ ସେଠାରେ ବାବୁସାନଙ୍କ ସ୍ତ୍ରୀ ପହଞ୍ଚିଥିଲେ । ତାଙ୍କ ସହିତ ଥିଲେ ସ୍ଥାନୀୟ ଅଂଚଳର୮, ୧୦ ଜଣ ଯୁବକ । ବାବୁସାନଙ୍କ ଡୋର ଖୋଲି ଆରମ୍ଭ କରିଥିଲେ ଯୁକ୍ତି ତର୍କ । ଲୋକ ରୁଣ୍ଢ ହେବା ଯୋଗୁଁ ସେଠରେ କିଛି କହିପାରିନଥିଲେ ସୁପରଷ୍ଟାର ବାବୁସାନ । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ସତପଥୀ କାର ଭିତରେ ପଶି ପ୍ରକୃତିଙ୍କୁ ତଥାପି ବି ପ୍ରକୃତିଙ୍କୁ ଛାଡି ନଥିଲେ ତୃପ୍ତି । ପ୍ରକୃତି ଅଟୋରେ ବସିବାକୁ ଯାଉଥିବାବେଳେ ତାଙ୍କୁ ତୃପ୍ତି ଗୋଡେଇ ଗୋଡେଇ ଯାଇ ପ୍ରକୃତି ତାଙ୍କ ପରିବାର ଧ୍ୱଂସ କରିଛନ୍ତି ବୋଲି କହୁଥିଲେ । ପ୍ରକୃତି ମଧ୍ୟ ତୃପ୍ତି ପାଗଳ ବୋଲି କହିବା ପାଇଁ ପଛେଇ ନଥିଲେ । ଏହାପରେ ପ୍ରକୃତି ମିଶ୍ରଙ୍କ ବାପା ଓ ମାଆ ଖାରବେଳ ଥାନାରେ ଅଭିଯୋଗ କରିଥିବାବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ଓ ବାବୁସାନଙ୍କ ମା’ ଅପରାଜିତା ମହାନ୍ତି ଥାନାରେ ଅଭିଯୋଗ କରିଥିଲେ ।
Powered by Froala Editor