ପିକ୍ଅପ ଉପରେ ଚଢ଼ିଗଲା ଲୁହପଥର ବୋଝେଇ ଟ୍ରକ୍
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବେଲବାହାଳି କୁଶେଇ ସେତୁ ନିକଟରେ ପିକଅପ ଭ୍ୟାନ ଉପରେ ଲୁହାପଥର ବୋଝେଇ ଟ୍ରକ ଚଢିଯାଇଛି । ବିଳମ୍ବିତ ରାତିରେ ଗୋଟିଏ ପିକଅପ ଭ୍ୟାନ ର ପଛ ପଟୁ ଲୁହାପଥର ବୋଝେଇ ଟ୍ରକଟି ଧକ୍କା ଦେବା ସହିତ ତା ଉପରେ ଚଢ଼ି ଯାଇଥିଲା। ଖବର ପାଇ ଘଷିପୁରା ଦମକଳ କର୍ମଚାରୀ ପହଞ୍ଚି ଗ୍ୟାସ କଟର ରେ ଗାଡି କୁ କାଟି ପିକଅପ ରେ ଥିବା ବାଲେଶ୍ୱର ଅଞ୍ଚଳର ଦୁଇ ଜଣକୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଟ୍ରକ ଗାଡିଟି ପାରାଦୀପ ଅଞ୍ଚଳର ବୋଲି ଜଣା ପଡିଥିବା ବେଳେ ପିକଅପ ଗାଡିଟି ବାଲେଶ୍ଵର ଅଂଚଳର ବୋଲି ଜଣା ପଡ଼ିଛି ।
Powered by Froala Editor