ବାଣିଜ୍ୟମନ୍ତ୍ରୀଙ୍କୁ ଗିରଫ କଲା ଇଡି
କୋଲକାତା: ପଶ୍ଚିମବଙ୍ଗ ବାଣିଜ୍ୟମନ୍ତ୍ରୀ ଗିରଫ । ବାଣିଜ୍ୟମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ବା ଇଡି । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ମାମଲାରେ ଇଡି ତାଙ୍କୁ ଗିରଫ କରିଛି । ପାର୍ଥଙ୍କ ସହଯୋଗୀଙ୍କ ଘରୁ ୨୦ କୋଟି ଟଙ୍କା ଜବତ ପରେ ଇଡି ତାଙ୍କୁ ଗିରଫ କରିଛି ।
ପ୍ରକାଶ ଯେ ଘରେ ଥିଲା ଟଙ୍କାର ପାହାଡ଼। ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟଙ୍କ ଘରୁ ବାହାରିଲା ଗଦାଗଦା ଟଙ୍କା। ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି। ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରି ଏଜୁକେଶନ ବୋର୍ଡ଼ ନିଯୁକ୍ତି ପରୀକ୍ଷାରେ ହୋଇଥିବା ମହାଘୋଟାଲାରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ରେଡ୍ ହୋଇଥିଲା । ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍ ହୋଇଥିବା ବେଳେ କେବଳ ଅର୍ପିତା ମୁଖାର୍ଜୀଙ୍କ ଘରୁ ଆଖି ତରାଟିଲା ଭଳି ଟଙ୍କା ବାହାରିଛି। ସର୍ଚ୍ଚ ଅପରେଶନ ବେଳେ ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରାଯାଇଛି। ଏସଏଏସି ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ସନ୍ଦେହ କରାଯାଉଛି ।
ତେବେ ଟଙ୍କା ଗଣନା ପାଇଁ ବ୍ୟାଙ୍କ ଅଫିସରଙ୍କ ସହାୟତା ନିଆଯାଇଥିଲା। ଏତେ ଗୁଡ଼ିଏ ଟଙ୍କା ଗଣନା ପାଇଁ ଟଙ୍କା ଗଣନା ମେସିନକୁ ନିୟୋଜିତ କରାଯାଇଥିଲା। ସେହିପରି ଅର୍ପିତାଙ୍କ ଘରୁ ୨୦ଟି ମୋବାଇଲ ଜବତ କରାଯାଇଥିଲା। ରେଡ୍ ବେଳେ ଅର୍ପିତାଙ୍କ ଘରୁ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ବାହାରିଥିଲା। ସେହିପରି ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ଘରେ ମଧ୍ୟ ଇଡି ରେଡ୍ କରିଥିଲା।
Powered by Froala Editor