ଐତିହାସିକ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ହେଲେ ଦୌପଦୀ ମୁର୍ମୁ
ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏହି ଦିନଟି ଓଡ଼ିଶା ଲାଗି ପାଲଟି ଯାଇଛି ଏକ ଐତିହାସିକ ଦିନ। ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।
ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡ ମତଗଣନାରେ ହିଁ ମ୍ୟାଜିକ ନମ୍ୱର ହାସଲ କରିଛନ୍ତି । ବିଜୟୀ ହେବା ପାଇଁ ୫,୪୩,୨୧୬ ଭୋଟର ଆବଶ୍ୟକ ଥିବା ବେଳେ ଦ୍ରୌପଦୀଙ୍କୁ ତୃତୀୟ ରାଉଣ୍ଡରେ ହିଁ ୫,୭୭,୭୭୭ ମୂଲ୍ୟର ଭୋଟ ମିଳିଛି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ରିଟର୍ଣ୍ଣିଂ ଅଫିସର ଏବଂ ରାଜ୍ୟସଭାର ମହାସଚିବ ପିସି ମୋଦୀ କହିଛନ୍ତି, ମତଦାନରେ ମୋଟ ୪,୭୫୪ ଭୋଟ ପଡିଥିଲା। ଏଥିରେୁ ଦ୍ରୌପଦୀ ମୁର୍ମୁଙ୍କୁ ୨,୮୨୪ ଭୋଟ ମିଳିଛି ଯାହାର ମୂଲ୍ୟ ୬,୭୬,୮୦୩ । ସେହିପରି ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୩,୮୦,୧୭୭ ମୂଲ୍ୟର ଭୋଟ ମିଳିଛି।
ଏଥିସହ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ସହ ପ୍ରଥମ ଓଡ଼ିଆ ମହିଳା ଭାବେ ଭାରତର ଶୀର୍ଷ ପଦବିରେ ଅଧିଷ୍ଠିତ ହୋଇଛନ୍ତି। କେବଳ ସେତିକି ନୁହେଁ, ଏଥିସହ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତିର ମର୍ଯ୍ୟାଦା ଲାଭ କରିଛନ୍ତି। ଜୁଲାଇ ୨୫ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।
ଉଳ୍ଲେଖଯୋଗ୍ୟ, ଶ୍ରୀମତୀ ମୁର୍ମୁଙ୍କ ପୂର୍ବରୁ ଦେଶର ଚତୁର୍ଥ ରାଷ୍ଟ୍ରପତି ଭାବେ ୧୯୬୯ ମସିହାରେ ଭି ଭି ଗିରି ନିର୍ବାଚିତ ହୋଇଥିଲେ। ସେ ତେଲୁଗୁ ଭାଷୀ ହୋଇଥିଲେ ହେଁ, ସେ ଓଡ଼ିଶାର ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ଖଲିକୋଟରେ ପାଠ ପଢ଼ିଥିଲେ।

Powered by Froala Editor