ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ ଆଦାନି, ପଛରେ ପଡ଼ିଲେ ବିଲ ଗେଡ୍ଟ
ଧନୀ ତାଲିକାରେ ବିଲ ଗେଟ୍ସଙ୍କୁ ପଛରେ ପକାଇଲେ ଗୌତମ ଆଦାନି। ଫୋବସ୍ ରିଏଲ ଟାଇମ ପକ୍ଷରୁ ବିଲିଅନଧାରି ବିତ୍ତଶାଳୀଙ୍କ ବ୍ୟକ୍ତିଙ୍କ ପ୍ରକାଶ ପାଇଥିବା ତାଲିକାରେ ଏହି ତଥ୍ୟ ପ୍ରକାଶ ପାଇଛି। ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ ଗେଟ୍ସଙ୍କୁ ପଛରେ ପକାଇ ଆଦାନି ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ବିଲ ଗେଟସ୍ଙ୍କ ସମ୍ପତ୍ତି ପରିମାଣ ୧୧୫.୫ ବିଲିଅନ୍ ଡଲାର ହୋଇଥିବା ଗୁରୁବାର ସୁଦ୍ଧା ଜଣାପଡ଼ିଛି । କିନ୍ତୁ ଭାରତୀୟ ବ୍ୟବସାୟୀ ଆଦାନିଙ୍କଙ୍କ ନେଟ୍ ସମ୍ପତ୍ତି ହେଉଛି ୧୦୪.୬ ବିଲିଅନ୍ ଡଲାର। ଆଦାନି ଓ ତାଙ୍କ ପରିବାରର ସମ୍ପତ୍ତି ୧୧,୪୦୦ କୋଟି ଡଲାରରୁ ଅଧିକ ଥିବା ବେଳେ ବିଲ୍ ଗେଟ୍ସଙ୍କ ସମ୍ପତ୍ତି ପରିମାଣ ୧୦,୨୦୦ କୋଟି ଡଲାରକୁ ଖସିଆସିଛି।
ଫୋବସ ଧନୀ ତାଲିକାରେ ୨୩,୦୦୦ କୋଟି ଡଲାର ସମ୍ପତ୍ତି ସହ ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ପ୍ରଥମ ସ୍ଥାନରେ ଥିବା ବେଳେ ଲୁଇ ଭୁଟନ୍ର ବର୍ନାର୍ଡ ଆର୍ନଲ୍ଟ ଦ୍ୱିତୀୟ, ଆମାଜନ୍ର ଜେଫ୍ ବେଜୋସ୍ ତୃତୀୟ, ଆଦାନି ଚତୁର୍ଥ ଓ ବିଲ୍ ଗେଟ୍ସ ପଞ୍ଚମ ସ୍ଥାନରେ ରହିଛନ୍ତି। ୮,୮୦୦ କୋଟିରୁ ଅଧିକ ଡଲାରର ସମ୍ପତ୍ତି ସହ ଦଶମ ସ୍ଥାନରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି।
Powered by Froala Editor