୨୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା
କୋରାପୁଟ: ରାସ୍ତାରେ ଛିଡ଼ା ହୋଇଥିବା ଟିପରକୁ ପଛରୁ ପିଟିଲା ଯାତ୍ରୀବାହୀ ସରକାରୀ ବସ୍ । ଆଜି ସକାଳୁ ସକାଳୁ କୋରାପୁଟ ଜିଲ୍ଲା ୨୬ ନଂ ଜାତୀୟ ରାଜପଥର ଶୁଣ୍ଢି ପୁଙ୍ଗାର ନିକଟରେ ଏହି ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ସୂଚନା ଅନୁଯାୟୀ, ଯାତ୍ରୀବାହୀ ବସ୍ଟି ବିଶାଖାପାଟଣାରୁ ଗତକାଲି ରାତିରେ ବାହାରିଥିବା ବେଳେ ତାହା ଚିତ୍ରକୋଣ୍ଡା ଅଭିମୁଖେ ଆସୁଥିଲା। ଭୋର ପ୍ରାୟ ୪ଟା ସମୟରେ ବସ୍ଟି ଶୁଣ୍ଢି ପୁଙ୍ଗାର ରାସ୍ତା ଅତିକ୍ରମ କରୁଥିଲା। ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟିପରକୁ ପଛରୁ ପିଟିଲା ବସ୍।
ଘଟଣା ସ୍ଥଳରେ ପଟାଙ୍ଗି ପୁଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦ ଆହତଙ୍କୁ ଉଦ୍ଧାର କରି କୁନ୍ଦୁଲି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ସେମାନଙ୍କ ମଦ୍ୟରୁ ଜଣେ ଗୁରୁତରଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor