ରାଜନୈତିକ ହିଂସାରୁ ଗୁଳିକାଣ୍ଡ, ଜଣେ ମୃତ

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ଗାଁରେ ରାଜନୈତିକ ହିଂସା କାଣ୍ତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଆଉ ଜଣେ ଯୁବକ ଗୁରୁତର ଆହାତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛି।
ଘଟଣା ରୁ ପ୍ରକାଶ ଯେ ରାମଚନ୍ଦ୍ରପୁର ଥାନା ଖଲଣା ଗାଁରେ ଗତ ପଞ୍ଚାୟତ ନିର୍ବାଚନ ଘଟଣାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା। ଗତ କାଲି ଦୁଇ ଗୋଷ୍ଠି କଥା କଟାକଟି ସହ ବଚସା ହୋଇଥିଲା । ଆଜି ଅପରାହ୍ନରେ ସୁନନ୍ଦ ସେଠୀ(୩୨) ଏବଂ ଆହାତ ଚନ୍ଦନ ବେହେରା(୨୩) ସାଇକୁଳ ବଜାରରୁ ନିଜ ଘରକୁ ଯିବା ସମୟରେ ଜଣେ ଯୁବକ ଏହି ଦୁଇଜଣଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଏକ ପିସ୍ତଲରୁ ଅତି ନିକଟରୁ ଗୁଳି ମାରିଥିଲା । ଘଟଣା ସ୍ଥଳରେ ସୁନନ୍ଦଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଗୁରୁତର ଆହାତ ଅବସ୍ଥାରେ ଚନ୍ଦନ ବେହେରାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁଳି କାଣ୍ତକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛି ।
Powered by Froala Editor