୨୬ ବର୍ଷ ତଳର ଅପରାଧ ପାଇଁ ରାଜ ବବରଙ୍କୁ ୨ ବର୍ଷ ଜେଲ୍
ଗୁରୁବାର ବଲିଉଡ୍ ଅଭିନେତା ତଥା କଂଗ୍ରେସ ନେତା ରାଜ ବାବ୍ବରଙ୍କୁ ଏକ କୋର୍ଟ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୬ବର୍ଷ ତଳେ କରିଥିବା ଅପରାଧ ପାଇଁ ତାଙ୍କୁ ଏବେ ଜେଲ ଦଣ୍ଡ ମିଳିଛି। ୧୯୯୬ ମେ’ ୨ ତାରିଖର ୱାଜିର ଗଞ୍ଜ ପୁଲିସ ଷ୍ଟେସନରେ ରାଜ ବାବ୍ବରଙ୍କ ନାମରେ ଏତଲା ରୁଜୁ ହୋଇଥିଲା। ୮୫୦୦ ଟଙ୍କା ଜରିମାନା ସହିତ ଜନପ୍ରତିନିଧିଙ୍କ ମାମଲାର ବିଚାର ଲାଗି ଗଠିତ ସ୍ବତନ୍ତ୍ର କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଜେଲ ଦଣ୍ଡ ମିଳିବାର କିଛି ସମୟ ପରେ ଦୁଇଟି ୨୦,୦୦୦ ଟଙ୍କାର ସିୟୋରିଟି ଏବଂ ବ୍ୟକ୍ତିଗତ ମୁୁଚଲିକା ସହ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା ଜଣାପଡ଼ିିଛି।
ଅଭିନେତାରୁ ରାଜନେତା ହୋଇଥିବା ରାଜ ବାବ୍ବର ସରକାରୀ କର୍ମଚାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ସେମାନଙ୍କୁ ହଇରାଣ କରିବା ନେଇ ସଙ୍ଗିନ ମାମଲା ରୁଜୁ ହୋଇଥିଲା। ସେହି ସମୟରେ ରାଜ ବାବ୍ବର ସମାଜବାଦୀ ପାର୍ଟିର ସଦସ୍ୟ ଥିଲେ। ସେ ଲକ୍ଷ୍ନୌରୁ ନିର୍ବାଚନୀ ପ୍ରତିଦ୍ୱନ୍ଦିତା କରୁଥିଲେ। ନିର୍ବାଚନ ସମୟରେ ପୁଲିସ ଅଫିସରଙ୍କ ସହ ମୁହାମୁହିଁ ହୋଇଥିଲା। ଦାୟିତ୍ୱର ଥିବା ପୁଲିଂ ଅଫିସରଙ୍କୁ ରାଜ ବାବ୍ବର ଦୁର୍ବ୍ୟବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
ରାଜ ବାବ୍ବରଙ୍କ ବିରୋଧରେ ଏତଲା ରୁଜୁ ହେବା ସହ ତାଙ୍କ ବିରୋଧରେ ଆଇପିସି ଧାରା ୧୪୩, ୩୩୨,୩୫୩,୩୨୩,୫୦୪ ଏବଂ ୧୮୮ ଦଫାରେ ମକଦ୍ଦମା ରୁଜୁ ହୋଇଥିଲା। ତେବେ ଆଜି ରାୟ ବେଳେ କୋର୍ଟରେ ରାଜ ବାବ୍ବର ହାଜର ମଧ୍ୟ ହୋଇଥିଲେ।
Powered by Froala Editor