ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ନିକଟ ଏକ କାଜୁ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
ଓଢ଼ଣିରେ ଦୁଇ ଜଣଙ୍କ ବେକ ବନ୍ଧା ଥିବା ବେଳେ ଅନ୍ୟ ଗୋଟିଏ ଓଢ଼ଣି ଗଛ ଡାଳରେ ଥୁଆ ହୋଇଥିଲା। ଏହି ଜଙ୍ଗଲରୁ ତଳେ ପଡ଼ିଥିବା ଏକ ସାଇକେଲ ମଧ୍ୟ ମିଳିଛି। ମୃତ ଯୁବତୀ ଜଣକ ସେହି ଗ୍ରାମର (ଜବାଗୁଡ଼ା ) ଲାଇବାନ ହରିଜନଙ୍କ ଝିଅ ତିଲାଏ ହରିଜନ। ମୃତ ଯୁବକ ଜଣକ ପାପଡ଼ାହାଣ୍ଡି ବ୍ଲକ ଦାମାପାଲା ଗ୍ରାମର ଦଶମୁ ହରିଜନଙ୍କ ପୁଅ ଡମ୍ବରୁଧର ହରିଜନ। ଦୁହେଁ ସମ୍ପର୍କୀୟ ହୋଇଥିବା ସୂଚନା ମିଳିଛି।
ତେବେ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିନି। ଦୁହେଁ ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ।
Powered by Froala Editor