ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି
ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବାର ଅନୁମାନ କରାଯାଉଛି । ଭର୍ଚୁଆଲ ମାଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ବୈଠକରେ ଯୋଗ ଦେବାର ସମ୍ଭାବନା ରହିଛି ।
ଆସନ୍ତା ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପ୍ରସ୍ତୁତି ପାଇଁ ବିଜେପି ଏକ ୧୪ ଜଣିଆ ପରିଚାଳନା ଦଳ ଗଠନ କରିସାରିଛି । ଯେଉଁଥିରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କମିଟିର ଆବାହକ ରହିଛନ୍ତି । ନିର୍ବାଚନ ପ୍ରସ୍ତୁତି ଏବଂ କାର୍ୟ୍ୟଶୈଳୀ ଉପରେ ରବିବାର ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ବୟ କମିଟି ବୈଠକ ମଧ୍ୟ ବସିଥିଲା । ରାଷ୍ଟ୍ରପତି ପ୍ରାର୍ଥୀ ନେଇ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରିବା ପାଇଁ ଡେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ବ ଦିଆଯାଇଛି ।ସେପଟେ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଜଣେ ପରେ ଜଣେ ଅମଙ୍ଗ ହେବାପରେ, ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ପାୱାର ଏବଂ ଫାରୁକ ଅବଦୁଲାଙ୍କ ପରେ ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ମଧ୍ୟ ପ୍ରାର୍ଥୀ ପ୍ରସ୍ତାବକୁ ଅସ୍ବିକାର କରିଛନ୍ତି । ସୂଚନା ଥାଉକି ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ୍ ୧୫ରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇସାରିଛି । ଜୁନ ୨୯ରେ ତାହା ଶେଷ ହେବ । କିନ୍ତୁ ବିରୋଧୀଙ୍କ ପାଇଁ ମିଳିତ ପାର୍ଥୀ ଚୟନ କରିବା ବଡ଼ ସମସ୍ୟା ପାଲଟିଛି ।
Powered by Froala Editor