ବଜ୍ରପାତରେ ୧୭ ମୃତ
ପାଟନା: ବିହାରରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ବିଭିନ୍ନ ଜିଲ୍ଲାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ସୂଚନା ଅନୁଯାୟୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ରାଶି ଘୋଷଣା କରାଯାଇଛି ।ବଜ୍ରପାତ ଯୋଗୁଁ ଭାଗଲପୁର ଜିଲ୍ଲାରେ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଛି । ବୈଶାଲୀରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଖଗାଡିଆରେ ୨, କାଟିହାର, ସହରସା ଏବଂ ମଧେପୁରରେ ଜଣେ ଲେଖାଏଁ ମୃତ୍ୟୁ, ବାଙ୍କାରେ ୨ ଜଣ, ମୁଙ୍ଗେର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ।
Powered by Froala Editor