ସ୍ପାଇସ ଜେଟ୍ ବିମାନରେ ନିଆଁ
ପାଟନା-ଦିଲ୍ଲୀ ସ୍ପାଇସ ଜେଟ୍ ବିମାନ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ବିମାନର ଜରୁରୀ ଅବତରଣ କରାଯାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ବିସ୍ଫୋରଣ ଶବ୍ଦ ସହ ବିମାନର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ତେବେ ପକ୍ଷୀ ସହ ଧକ୍କା ହେବା ଯୋଗୁଁ ବିମାନର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଥିବା ଡିଜିସିଏ ସ୍ପଷ୍ଟ କରିଛି।
ପାଟନା ଡିଏମ କହିଛନ୍ତି ଯେ, ବିମାନରେ ୧୮୫ ଜଣ ଯାତ୍ରୀ ଥିଲେ। ବିମାନଟି ପାଟନାର ଜୟପ୍ରକାଶ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ୧୨ଟା ୧୦ ମିନିଟ୍ରେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ତେବେ ଟେକ୍ ଅଫ୍ର କିଛି ମିନିଟ୍ ପରେ ବିମାନର ଗୋଟିଏ ଡେଣାରେ ନିଆଁ ଲାଗିଯାଇଥିଲା। ତେବେ ଆଶ୍ଚର୍ଯ୍ୟଜନକ କଥା ଯେ, ବିମାନରେ ଲାଗିଥିବା ନିଆଁକୁ ତଳେ ଥିବା କିଛି ଲୋକେ ଦେଖିଥିଲେ। ଏହାପରେ ପାଟନା ପୁଲିସକୁ ଏନେଇ ସୂଚନା ଦିଆଯାଇଥିଲା। ଏହାପରେ ବିମାନ ଅଧିକାରୀଙ୍କୁ ଏନେଇ ପୁଲିସ ସୂଚିତ କରାଯାଇଥିଲା। ଏହାପରେ ବିମାନଟିକୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରାଯାଇଥିଲା। ଡିଏମ ଅନୁଯାୟୀ ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
ପାଟନା ବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି, ଯାତ୍ରୀଙ୍କ ପାଇଁ ସ୍ପାଇସଜେଟ୍ ପକ୍ଷରୁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଥିଲା । ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ।
Powered by Froala Editor