ପ୍ରଜ୍ଞା ସିଂହ ଠାକୁରଙ୍କୁ ହତ୍ୟା ଧମକ : କଲ୍ କରିଥିବା ବ୍ୟକ୍ତି କହିଲେ ମୁଁ ଦାଉଦର ଭାଇ
ମଧ୍ୟପ୍ରଦେଶ ଭୋପାଳ ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ପୁଣି ହତ୍ୟା ଧମକ ମିଳିଛି। ଯେଉଁଥିରେ ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କରଙ୍କ ବ୍ୟକ୍ତି ବୋଲି ପରିଚୟ ଦେଇ ତାଙ୍କୁ ‘ମୁସଲମାନଙ୍କ ବିରୋଧରେ ବିଷ ବୁଣୁଥିବାରୁ’ ହତ୍ୟା କରିବାକୁ ଧମକ ଦେଇଛି ବୋଲି ପୁଲିସ କହିଛି।
ଦୁର୍ବୃତ୍ତ ଜଣଙ୍କ କଲ୍ କରି କହିଛି “ ଖୁବ୍ଶୀଘ୍ର ତୁମକୁ ହତ୍ୟା କରାଯିବ। ତୁମକୁ ଏ ବିଷୟରେ ଜଣାଇ ଦେବାର ଥିଲା। ସେଥିପାଇଁ କଲ୍ କରିଥିଲୁ।” ପ୍ରଜ୍ଞା ଠାକୁର ଭିଡିଓ ରେକର୍ଡିଂ ମାଧ୍ୟମରେ କଲ୍ ରେକର୍ଡ କରିବା ସହ ଗତ ରାତିରେ ଟିଟି ନଗର ଥାନାରେ ଅଭିଯୋଗ କରିଛନ୍ତି।
ଦୁଇ ମିନିଟରୁ ଟିକିଏ ଅଧିକ ସମୟ ଧରି ଚାଲୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସାଂସଦ ଠାକୁର ଧମକ କଲ୍ ପାଇବା ସମୟରେ କଲରଙ୍କ ସହ କଥା ହେଉଥିବାର ଦେଖାଯାଇଛି।
ଏ ନେଇ ଟିଟି ନଗର ପୁଲିସ ଷ୍ଟେସନ୍ ଇନ୍-ଚାର୍ଜ ଚୈନ ସିଂହ ରଘୁବଂଶୀ କହିଛନ୍ତି ଯେ ରାତି ପ୍ରାୟ ୨ଟା ବେଳେ ସାଂସଦଙ୍କ ଅଫିସ୍ରୁ ଘଟଣା ବିଷୟରେ ସୂଚନା ଆସିଲା। ସାଧ୍ୱିୀ ପ୍ରଜ୍ଞାଙ୍କୁ ଫୋନ୍ କଲ୍ କରି ହତ୍ୟା ଧମକ ଦିଆଯାଇଛି ବୋଲି କୁହାଯାଇଥିଲା। ଏହାପରେ ଭିଡିଓ ରେକର୍ଡିଂ ବି ପୁଲିସକୁ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ଥାନାଧିକାରୀ କହିଛନ୍ତି ଯେ ଭିଡିଓ ରେକର୍ଡିଂ ଦେଖିବା ପରେ ପୁଲିସ ଧାରା ୫୦୬ ଓ ୫୦୭ ଅନୁଯାୟୀ ଏକ ମାମଲା ଶନିବାର ପଞ୍ଜୀକୃତ ହୋଇଛି।

Powered by Froala Editor