୫୬ କେଜିର ହେରୋଇନ ଜବତ, ୧୨ ଅଟକ

ଗାନ୍ଧୀନଗର: ସୀମା ପାର ନିଶା କାରବାର ନିରୋଧୀ ଅପରେସନରେ ବଡ ସଫଳତା । ପାକିସ୍ତାନରୁ ଭାରତକୁ ଚାଲାଣ କରାଯାଉଥିବା ବିପୁଳି ପରିମାଣର ନିଶାଦ୍ରବ୍ୟକୁ ଜବତ କରିବାରେ ସଫଳ ହୋଇଛି ଆତଙ୍କବାଦୀ ନିରୋଧୀ ଦଳ ଓ ଭାରତୀୟ ତଟରକ୍ଷୀ ବାହିନୀ । ଏକ ମିଳିତ ଅପରେସନରେ ଗୁଜୁରାଟ ଉପକୂଳ ଆରବ ସାଗରରେ ଏକ ପାକିସ୍ତାନୀ ବୋଟକୁ ଜବତ କରିବା ସହ ଏଥିରୁ ୫୬ କେଜିର ହେରୋଇନ ଜବତ କରାଯାଇଛି । ଏହି ଘଟଣାରେ ମୋଟ ୧୨ ଜଣଙ୍କୁ ଅଟକ ରଖିଛି ଏଟିଏସ । ସବୁଠାରୁ ବଡ କଥା ହେଲା ଅଟକ ଅଭିଯୁକ୍ତଙ୍କ ମଧ୍ୟରେ ୯ଜଣ ପାକିସ୍ତାନୀ ନାଗରିକ ମଧ୍ୟ ରହିଛନ୍ତି ।
ପ୍ରାଥମିକ ଭାବେ ମିଳିଥିବା ସୂଚନା ଅନୁସାରେ, ଏହି ଚାଲାଣ ପାକିସ୍ତାନରୁ ରହି ଅପରେଟ କରାଯାଉଛି । ଆଜି ଜବତ ହୋଇଥିବା ହେରୋଇନର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୮୦ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି । ଏହା କରାଚିରୁ ଆସିଥିବା ମଧ୍ୟ ସନ୍ଦେହ କରାଯାଉଛି ।
ତେବେ ଭାରତୀୟ ଜଳସୀମାରେ ନିୟମିତ ପ୍ରାଟୋଲିଂ ସତ୍ତ୍ବେ ମଧ୍ୟ ପାକିସ୍ତାନୀ ବୋଟ ଭାରତୀୟ ଜଳସୀମାରେ ପ୍ରବେଶ କରିବା ସୁରକ୍ଷା ବ୍ୟବସ୍ଥା ପ୍ରତି ଆହ୍ବାନ ସୃଷ୍ଟି କରିଛି ।
Powered by Froala Editor