ଖବର ଦେଉଥିବା ନ୍ୟୁଜ୍ ଆଙ୍କର ଆଜି ରାସ୍ତା କଡ଼ର ବେପାରୀ
ପରିସ୍ଥିତି ମଣିଷକୁ କ’ଣ କରିଦିଏ । ଦିନ ଥିଲା ସେ କ୍ୟାମେରା ସାମ୍ନାରେ ବସି ଦେଶବାସୀକୁ ତାଜା ଖବର ସହ ଅପ୍ଡେଟ୍ କରୁଥିଲେ। ପୂରା ଦେଶ ତାଙ୍କ ମୁହଁରୁ ଖବର ଶୁଣି ଅପ୍ଡେଟ୍ ରହୁଥିଲା। ହେଲେ ଆଜି ସେ ରାସ୍ତା କଡ଼ରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି। ସେମିତି ଜଣେ ସାମ୍ବାଦିକ ହେଲେ ମୁସା ମହମ୍ମଦି। ମୁସା ରାସ୍ତା କଡ଼ରେ ବସି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବେଳର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବନ୍ଧୁକ ମୁନରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରଠାରୁ ଦେଶରେ ନିୟମିତ ଭାବେ ଆର୍ଥିକ ସଙ୍କଟ ଓ ରାଜନୀତିକ ଅସ୍ଥିରତା ଦେଖିବାକୁ ମିଳୁଛି। ଆର୍ଥିକ ସଙ୍କଟ ଯୋଗୁ ଲୋକଙ୍କ ଜବୀନର ଗାଡ଼ି କେମିତି ପ୍ରଭାବିତ ହୋଇଛି, ତା’ର ଜ୍ୱଳନ୍ତ ଉଦାହରଣ କବିର ହକମଲଙ୍କ ଟ୍ୱିଟରୁ ସ୍ପଷ୍ଟ ହୋଇଛି। ତାଲିବାନ ଶାସନ ଯୋଗୁ କେମିତି ଅନେକ ଦକ୍ଷ ବ୍ୟକ୍ତିମାନେ ଆଫାଗନରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ସେକଥା କବିର ନିଜ ଟ୍ୱିଟ ମାଧ୍ୟମରେ ଜଣାଇବାକୁ ଚେଷ୍ଟା କରିଛନ୍ତି। କବିର ପୂର୍ବରୁ ହମିଦ କରଜାଇ ସରକାର ସହ ମିଶି କାମ କରୁଥିଲେ। କବିର ସାମ୍ବାଦିକ ମୁସା ମହମ୍ମଦିଙ୍କ ୩ଟି ଫଟୋ ଶେଆର କରିଛନ୍ତି। ମହମ୍ମଦି ଦୀର୍ଘ ବର୍ଷ ଧରି ମିଡିଆ ଜଗତ ସହ ଜଡ଼ିତ ହୋଇ ରହିଥିଲେ। ହେଲେ ଏବେ ଆଫାଗନିସ୍ତାନର ଆର୍ଥିକ ସଙ୍କଟ ଯୋଗୁ ତାଙ୍କୁ ନିଜର ତଥା ପରିବାର ଲୋକଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ ରାସ୍ତା କଡ଼ରେ ଖାଦ୍ୟ ବିକ୍ରି କରିବାକୁ ପଡ଼ୁଥିବା କବିର ଫଟୋର କ୍ୟାପସନରେ ଲେଖିଛନ୍ତି।
Powered by Froala Editor