୨ ବର୍ଷ ପରେ ଭାରତୀୟଙ୍କ ଉପରୁ ଭିଜା ବ୍ୟାନ୍ ହଟାଇଲା ଚାଇନା
ମହାମାରୀ କରୋନା ପାଇଁ ଭାରତୀୟଙ୍କ ଭିସା ଉପରେ ପ୍ରତିବନ୍ଧକ ଲଗାଇଥିବା ଚାଇନା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ଚାଇନା ୨ ବର୍ଷ ହେଲା ଲଗାଇଥିବା ଭିଜା କଟକଣା ହଟାଇଦେବାକୁ ନିଷ୍ପତ୍ତି ନେଇଛି। ଏହି କଟକଣା ଯୋଗୁ ଭାରତରେ ଅଟକି ରହିଥିବା ପେସାଦାର ଓ ସେମାନଙ୍କ ପରିବାରଙ୍କୁ ବେଜିଂ ଭିଜା ଯୋଗାଇଦେବ ବୋଲି ଘୋଷଣା କରିଛି। ସେହିପରି ଚାଇନାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପୁଣି ପାଠପଢ଼ିବାକୁ ଚାହୁଁଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ଭିସା ଦେବା ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ବେଜିଂ ଘୋଷଣା କରିଛି।
ସୋମବାର ଭାରତରେ ଅବସ୍ଥାପିତ ଚାଇନା ଦୂତାବାସ ଦୁଇବର୍ଷ ପରେ କୋଭିଡ୍-୧୯ ଭିଜା ନୀତିରେ ସଂଶୋଧନ କରିଛି। କାମରେ ଯୋଗଦେବାକୁ ଚାଇନା ଯିବାକୁ ଚାହୁଥବା ବିଦେଶୀ ନାଗରିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଭିଜା ଆବେଦନକୁ ଗ୍ରହଣ କରାଯିବ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଏହି ନୀତି ଅନୁସାରେ ଭାରତୀୟ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ଭିସା ଆବେଦନକୁ ଯାଞ୍ଚ କରାଯାଉଛି। ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଭାରତୀୟଙ୍କୁ ଚାଇନାରେ କାମ କରିବାକୁ ଅନୁମତି ମିଳିବ।
ବ୍ୟାନ ଯୋଗୁ କିଛି ଭାରତୀୟ କର୍ମଚାରୀଙ୍କ ପରିବାର ଲୋକ ନୂଆଦିଲ୍ଲୀରେ ଫସି ରହିଥିଲେ। ଏଥିପାଇଁ ଗତ ମାସରେ ଚାଇନାରେ ରହୁଥିବା ଭାରତୀୟ କର୍ମଚାରୀମାନେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହିଥିଲେ। ଶେଷରେ ଏବେ ଭାରତୀୟଙ୍କୁ ଆଶ୍ୱସ୍ତି ମିଳିଛି।
Powered by Froala Editor