ଦେଶରେ ଦିନକରେ ୮୦୮୪ ପଜିଟିଭ
ନୂଆଦିଲ୍ଲୀ: ପୁଣି କଡ ଲେଉଟାଇଲାଣି ମହାମାରୀ । ଦେଶରେ ଦ୍ରୁତଗତିରେ ମାଡୁଛି ମହାମାରୀ । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ହୁ ହୁ ହୋଇ ବଢୁଛି ସଂକ୍ରମଣ । ଏବେ ଦୈନିକ ସଂକ୍ରମଣ ୯ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ ୮,୦୮୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ କେବଳ ୧୦ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୨୬୫୭୩୩୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦୈନିକ ପଜିଟିଭ ହାର ୩.୨୪% ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ ବଢିବା ସହ ଭାରତରେ ସକ୍ରିୟ ମାମଲା ଏବେ ୪୦ ହଜାର ପାର୍ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୭,୯୯୫ରେ ପହଞ୍ଚିଛି । ଦେଶରେ ଏଯାବତ ୪,୨୬,୫୭, ୩୩୫ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏପର୍ୟ୍ୟନ୍ତ ମୋଟ ୫୨୪୭୭୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୫ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଦେଶରେ ମୋଟ ୧, ୯୫, ୧୯, ୮୧, ୧୫୦ ଲୋକ ଟିକା ନେଇଛନ୍ତି ।
Powered by Froala Editor