ହଦଗଡ ଅଭୟାରଣ୍ୟରୁ ଦନ୍ତାର ମୃତଦେହ ଉଦ୍ଧାର
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡ ଅଧିନ ହଦଗଡ ହସ୍ତି ଅଭୟାରଣ୍ୟର ପିତାନାଉ କାଦପଟା ଜଙ୍ଗଲରେ ଦନ୍ତାର ମୃତଦେହ ଉଦ୍ଧାର କରାଯାଇଛି । ଶନିବାର ଆନନ୍ଦପୁର ଡିଏଫଓ ସଦଳବଳେ ଘଟଣାସ୍ଥଳରେ ପହଂଚି ବ୍ୟବଚ୍ଛେଦ କରିଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦନ୍ତାର ମୃତ ସମ୍ପର୍କରେ ସଠିକ୍ ତଥ୍ୟ ହସ୍ତଗତ ହେବ ବୋଲି ସୂଚନା ମିଳିଛି ।
ଆନନ୍ଦପୁର ଡିଏଫଓ ଅଜିତ୍ କୁମାର ଶତପଥିଙ୍କ ସୂଚନା ଅନୁଯାୟୀ, ଗତକାଲି ୮ ଟିକିଆ ହାତୀପଲ ଜଙ୍ଗଲରେ ବୁଲୁଥିବା ସମୟରେ ଦୁଇଟି ଦନ୍ତା ମଧ୍ୟରେ ସଂଘର୍ଷ ହୋଇଥିଲା । ଗୋଟିଏ ୩୦ବର୍ଷିୟ ଦନ୍ତା ଜଙ୍ଗଲର କିଛି ଅଂଶ ତଳକୁ ଖସିପଡିଥିଲା । ପାହାଡରୁ ତଳକୁ ଖସିପଡିବା କାରଣରୁ ଦନ୍ତାର ମୃତ୍ୟୁ ହୋଇଛି ।
ଅନ୍ୟପକ୍ଷରେ ହାତୀ ମୃତ୍ୟୁ ଘଟଣାକୁ ନେଇ ଶାଳବଣି ମଣ୍ଡଳ ବିଜେପି ସଭାପତି ଟୁକୁନା ମହାନ୍ତ ହାତୀ ଦାନ୍ତ ଚୋରଙ୍କୁ ଦୋଷାରୋପ କରିଥିବାବେଳେ ଟୁଇଟ୍ ଯୋଗେ ସିଏମଓ ଓଡିଶା, ୫ଟି ସଚିବ, ପିଏମଓ ଇଣ୍ଡିଆ ଠାରେ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ହାତୀ ମୃତ୍ୟୁ ଘଟଣାକୁ ନେଇ ଶାଳବଣି ମଣ୍ଡଳ ବିଜେପି ସଭାପତି ଟୁକୁନା ମହାନ୍ତ ହାତୀ ଦାନ୍ତ ଚୋରଙ୍କୁ ଦୋଷାରୋପ କରିଥିବାବେଳେ ଟୁଇଟ୍ ଯୋଗେ ସିଏମଓ ଓଡିଶା, ୫ଟି ସଚିବ, ପିଏମଓ ଇଣ୍ଡିଆ ଠାରେ ଅଭିଯୋଗ କରିଛନ୍ତି ।
Powered by Froala Editor