ଜଳିଗଲା ହାଇୱା
ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଜାତୀୟ ରାଜପଥ-୧୮ର ଦରଖୁଳି ଛକ ନିକଟରେ ଆଜି ଅଘଟଣ ଘଟିଛି । ଏକ ହାଇୱା ଜଳି ଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଗାଡ଼ିଟି ବାରିପଦା ଅଭିମୁଖେ ଯାଉଥିଲା । ଦରଖୁଳି ଛକ ନିକଟରେ ଗାଡ଼ିରୁ ଧୂଆଁ ବାହାରୁଥିବା ଚାଳକ ଜାଣିବାକୁ ପାଇଥିଲେ । ଏହାପରେ ତୁରନ୍ତ ଗାଡ଼ିରୁ ଅଟକାଇବା ସହିତ ଓହ୍ଲାଇ ଜୀବନ ବଞ୍ଚାଇ ଥିଲେ । କିଛି ସମୟ ପରେ ଗାଡ଼ିଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ତେବେ କେଉଁ ପରିସ୍ଥିତି ଓ କାରଣରୁ ଗାଡ଼ିରେ ନିଆଁ ଲାଗିଲା ତାହା ଜଣାପଡ଼ିନି । ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି ।
Powered by Froala Editor