କାଳବୈଶାଖୀ ବର୍ଷା : ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ରାତି ୩ଟା ସମୟରେ ରାଜଧାନୀରେ ପବନ ସହିତ ବିଜୁଳି ମାରିବା ଆରମ୍ଭ କରିଥିଲା । ପରେ ବର୍ଷା ହୋଇଥିଲା ।
ଆଜି ଓ ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୨ ରୁ ୪ ଡିଗ୍ରୀ ତାପମାତ୍ରା କମିଛି । ହେଲେ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ କମିନି ।
ଆଜି ଉତ୍ତର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ୪୦ରୁ ୫୦କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବ । ସେହିଭଳି ୨୫ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏଣୁ ପାଣିପାଗ କେନ୍ଦ୍ର ଏହି ଦୁଇ ଜିଲ୍ଲା ପାଣି ୟେଲୋୱାର୍ଣ୍ଣିଂ ଜାରି କରିଛି ।
ସେପଟେ, ଦିଲ୍ଲୀରେ ପ୍ରବଳ ବର୍ଷା ସହିତ ଘଡଘଡି । ଗତକାଲି ସକାଳ ଏପରି ହେବାପରେ ସଂଧ୍ୟାରେ ମଧ୍ୟ ବିଜୁଳି ମାରିବା ସହିତ ବର୍ଷା ଏବଂ ପବନ ହୋଇଛି । ଘଣ୍ଟାପ୍ରତି ୮୦ କିଲୋମିଟର ବେଗରେ ପବନ ବୋହିଥିଲା । ତେଣୁ ବିମାନ ସେବା ବ୍ୟାହାତ ରହିଛି । ଅଘଟଣକୁ ଏଡାଇବା ପାଇଁ ବିମାନ ଉଡାଣ ଓ ଅବତରଣ ସମୟରେ ପରିବର୍ତ୍ତନ ହୋଇଥିଲା ।
ଗତକାଲି ସକାଳେ ୧୯ଟି ବିିମାନ ଅବତରଣ କରିପାରିନଥିଲା । ଏହାପରେ ବିମାନ ଗୁଡିକୁ ଜୟପୁର, ଲକ୍ଷ୍ନୌ, ଇନ୍ଦୋର, ଅହମଦାବାଦ, ଅମୃତସର ଆଜି ବିମାନ ବନ୍ଦରକୁ ପଠାଇ ଦିଆଯାଇଥିଲା । ଏହିପରି ଭାବେ ମୋଟ୍ ୬୦ଟି ବିମାନର ଅବତରଣ ଏବଂ ଉଡାଣ ନିୟମରେ ପରିବର୍ତନ ହୋଇଥିଲା ।
Powered by Froala Editor