ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ରାତିରେ ଖାଆନ୍ତୁ ନାହିଁ ଭାତ

ଭାରତରେ ଅନେକ ଲୋକ ଭାତ ଖାଇବାକୁ ବେଶି ପସନ୍ଦ କରନ୍ତି। ଭାତ ତିଆରି କରିବା ମଧ୍ୟ ଖୁବ ସହଜ । ଅଧିକାଂଶ ଲୋକେ ଭାତକୁ ପସନ୍ଦ ମଧ୍ୟ କରନ୍ତି। ଲୋକେ ବିଭିନ୍ନ ଉପାୟରେ ଭାତ ଖାଇଥାନ୍ତି। କେହି ଫ୍ରାଇଡ ରାଇସ୍ ଆଉ କେହି କେହି ଡାଲି ଭାତ ଖାଇବା ପସନ୍ଦ କରନ୍ତି। ତେବେ ଭାତ ଶରୀର ପାଇଁ ଭଲ ହୋଇଥାଏ। ଭାତ ନଖାଇବା ଦ୍ୱାରା ଶରୀରରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ହ୍ରାସ ପାଇଥାଏ ଏବଂ ବେମାରରେ ପଡ଼ିବାର ଆଶଙ୍କା ବଢ଼ିଯାଇଥାଏ । ଚାଉଳ ହେଉଛି ଏକ ପ୍ରୋବାୟୋଟିକ୍ । ଏହା କେବଳ ପେଟ ଫୁଲ୍ କରେନି ବରଂ ଶରୀରରେ ରହିଥିବା ଅନେକ ଉପକାରୀ ବ୍ୟାକ୍ଟେରିୟାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ଭାତ ଖାଇବା ପରେ ଭଲ ନିଦ ଆସିଥାଏ ଏବଂ ହରମୋନ୍ ସନ୍ତୁଳନ ଭଲ ରହିଥାଏ । ଖାସ୍ କରି ଯୁବାବସ୍ଥା ଓ ପିଲାମାନଙ୍କ ଶରୀରି ବିକାଶ ପାଇଁ ଭାତ ଖାଇବା ନିହାତି ଜରୁରୀ । ଖାଲି ସେତିକି ନୁହେଁ ଭାତ ଖାଇବା ଦ୍ୱାରା ଶରକ୍କୁ ଅନେକ ପ୍ରକାର ଫାଇଦା ହୋଇଥାଏ । ଭାତ ସେବନ କରୁଥିବା ବ୍ୟକ୍ତି ଶୀଘ୍ର ବଢ଼ିଥାନ୍ତି ଓ ସେମାନଙ୍କର ଶରୀରର ବିକାଶ ମଧ୍ୟ ଜଲଦି ହୋଇଥାଏ । କୁହାଯାଏ ସବୁ ଖାଦ୍ୟକୁ ଖାଇବାର ନିର୍ଦ୍ଦିଷ୍ଟ ସମୟ ରହିଛି। ଆପଣ ମନ ଇଚ୍ଛା କିଛି ବି ଖାଇପାରିବେ ନାହିଁ। ଏମିତିରେ ଭାତ ମଧ୍ୟ ଏହି ଲିଷ୍ଟରେ ସାମିଲ ରହିଛି।
ଭାତରେ କାର୍ବୋହାଇଡ୍ରେଟ୍ ମିଳିଥାଏ। ଏହା ସହ ପ୍ରୋଟିନ,ଫ୍ୟାଟ୍ , କ୍ୟାଲସିୟମ,ମ୍ୟାଗ୍ନେସିୟମ,ପୋଟାସିୟମ ଥାଏ। ତେବେ ଅନେକ ଲୋକରାତିରେ ଭାତ ଖାଉଛନ୍ତି। କିନ୍ତୁ ଏହା ଶରୀର ପ୍ରତି କେତେ ଲାଭଦାୟକ?
ଆଜି ଆମେ କହିବୁ ଭାତ ଖାଇଲେ କେଉଁ ସବୁ ଲାଭ ପାଇବେ:
– ଭାତରେ ଅଧିକ କାର୍ବୋହାଇଡ୍ରେଟ ଥାଏ ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। ଆମର ଦୈନନ୍ଦିନ କାର୍ଯ୍ୟକୁ ସହଜରେ କରିବା ପାଇଁ ଭାତ ଅଧିକ ଶକ୍ତି ଯୋଗାଇ ଥାଏ।
– ଭାତ ଖାଇବା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ। ଭାତ ସହଜରେ ହଜମ ହୋଇଥାଏ ଏହା ସହ ପେଟ ଯନ୍ତ୍ରଣା ଏବଂ ହଜମ ସମସ୍ୟାରୁ ଉପଶମ ମିଳିଥାଏ। ସେଥିପାଇଁ ଡାକ୍ତର ପେଟ ରୋଗୀଙ୍କୁ ଦହି ଭାତ ଖାଇବାକୁ ପରାମର୍ଶ ମଧ୍ୟ ଦେଇଥାନ୍ତି।
-ଭାତ ହଜମ ପ୍ରକ୍ରିୟା ପାଇଁ ଲାଭଦାୟକ ଏହା ସହ ଶରୀରର ସମସ୍ତ ଅଙ୍ଗକୁ ପୋଷକ ତତ୍ତ୍ବ ମିଳିଥାଏ। ଯଦି ଆପଣ ନିଜର ଦୁର୍ବଳ ହଜମ ପ୍ରକ୍ରିୟାକୁ ଭଲ କରିବାକୁ ଚାହୁଁଛନ୍ତି ଏହା ସହ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ଲାଭ ଚାହୁଁଛନ୍ତି ତେବେ ଭାତ ଖାଇବା ଦ୍ବାରା ଲାଭ ମିଳିଥାଏ।
ଏବେ ଜାଣନ୍ତୁ ରାତିରେ ଭାତ ଖାଇବା ଦ୍ୱାରା କେଉଁ ସବୁ ଅସୁବିଧା ହୁଏ:-
ଯେପରି ପ୍ରତ୍ୟେକ ଜିନିଷର ଉପକାରିତା ଥାଏ ସେଥିରେ କ୍ଷତି ମଧ୍ୟ ଥାଏ। ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ରାତିରେ ଭାତ ଖାଆନ୍ତୁ ନାହିଁ ଯଦି ଆପଣ ରାତିରେ ଭାତ ଖାଉଛନ୍ତି ତେବେ ବ୍ରାଉନ ରାଇସ୍ ଖାଆନ୍ତୁ। ଏଥିରେ କାର୍ବୋହାଇଡ୍ରେଟ୍ ବଦଳରେ ଫାଇବର ଥାଏ ଯାହା ଦ୍ବାରା ଆପଣ ନିଜ ପୁରା ଖାଦ୍ୟରେ ଅଧିକ ପରିମାଣର ପ୍ରୋଟିନ୍ ପାଇପାରିବେ।
Powered by Froala Editor