ବଜ୍ରାଘାତରେ ପରିବାରର ଜଣଙ୍କ ମୃତ୍ୟୁ

ବଜ୍ରାଘାତରେ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୭ ଜଣ ଆହତ ହୋଇଛନ୍ତି। ଆଜି ଅପରାହ୍ଣରେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକ୍ ଅନ୍ତର୍ଗତ ସିଲପଡ଼ା ଗାଁରେ ଏହି ଘଟଣା ଘଟିଛି । ମହିଳାଙ୍କ ମୃତ୍ୟୁ ନେଇ ସିଲପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।
ସିଲପଡ଼ା ଗାଁରେ ଆଜି ଅପରାହ୍ନରେ ସମସ୍ତେ ଘରେ ଥିବା ବେଳେ ବଜ୍ରାଘାତ ଘଟିଛି। ଏଥିରେ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଦେଢ଼ ବର୍ଷର ଶିଶୁ ରହିଛନ୍ତି। ସମସ୍ତ ଆହତମାନଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
Powered by Froala Editor