Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, March 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ...

  • ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା

  • ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ...

  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ...

  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

  • UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ...

  • ଭାରତ ମହାସାଗରରେ ଆମେରିକା ନୌସେନା ...

  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ...

  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ...

  • ନାମାଙ୍କନ ଦାଖଲ କଲେ ନୀତିଶ କୁମାର

Home ›› ››ଭାରତୀୟ ଶିକ୍ଷା ବ୍ୟବସ୍ଥା ଆଧୁନିକ ହେବ ଏବଂ ବୈଶ୍ୱିକ ନାଗରିକ ସୃଷ୍ଟି କରିବ-ଧର୍ମେନ୍ଦ୍ର ପ୍ରଧାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ଆଧୁନିକ ହେବ ଏବଂ ବୈଶ୍ୱିକ ନାଗରିକ ସୃଷ୍ଟି କରିବ-ଧର୍ମେନ୍ଦ୍ର ପ୍ରଧାନ

2022-05-03 08:48:57
13786
Share:
Facebook
Twitter
E-Mail
WhatsApp
Telegram
ଭାରତୀୟ ଶିକ୍ଷା ବ୍ୟବସ୍ଥା ଆଧୁନିକ ହେବ ଏବଂ ବୈଶ୍ୱିକ ନାଗରିକ ସୃଷ୍ଟି କରିବ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ  - ରାଷ୍ଟ୍ରର ବିକାଶ ପାଇଁ ଶିକ୍ଷା ହେଉଛି ସବୁଠୁ ଶକ୍ତିଶାଳୀ ମାଧ୍ୟମ । ଉଚ୍ଚ ଶିକ୍ଷା ଯଦି ଗୁଣାତ୍ମକ ମାନର ହେବ ତେବେ ଦେଶର ବିକାଶ ପଥକୁ ପରିବର୍ତନ କରିପାରିବ ବୋଲି ରବିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ସମାରୋହକୁ ଉଦଘାଟନ କରିବା ଅବସରରେ ମାନ୍ୟବର ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡ଼ୁ କହିଛନ୍ତି ।

ତୃଣମୂଳ ସ୍ତର ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାକୁ ପହଁଚାଯାଇ ଶିକ୍ଷାକୁ ସର୍ବବ୍ୟାପୀ ଓ ସମାବେଶୀ କରିବା ପାଇଁ ଉପରାଷ୍ଟ୍ରପତି ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ଗ୍ରାମାଂଚଳର ଯୁବପିଢିଙ୍କୁ ସମାନ ଶିକ୍ଷା ସୁଯୋଗ ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ମାନବ ବିକାଶ, ରାଷ୍ଟ୍ର ନିର୍ମାଣ ତଥା ବିଶ୍ୱ ପାଇଁ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ନିର୍ମାଣ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱବିଦ୍ୟାଳୟ ନୂଆ ଆଇଡ଼ିଆ ଦ୍ୱାରା ସମାଜର ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବା ଦରକାର ବୋଲି ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ।

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷା ଲାଭ ସହ ଶିକ୍ଷାର ସବୁ ଦିଗକୁ ପ୍ରାଧନ୍ୟ ଦିଆଯାଇଛି । ଭାରତର ଶିକ୍ଷା ବ୍ୟବସ୍ଥା ଆମର ସଂସ୍କୃତି ଓ ଐତିହ୍ୟ ସହ ଯୋଡ଼ି ହୋଇ ରହିବ । ଭାରତୀୟ ଶିକ୍ଷା ଆଧୁନିକ ହେବ ଏବଂ ବୈଶ୍ୱିକ ନାଗରିକ ତିଆରି କରାଯିବ । ଏହି ମର୍ମରେ ଜାତୀୟ ପାଠ୍ୟକ୍ରମ ରୂପରେଖର(ଏନସିଏଫ)ର ଆଧିକାରିକ ନିର୍ଦ୍ଦେଶ ପତ୍ର ପ୍ରସ୍ତୁତ କରାଯାଇଛି । ଜାତୀୟ ଶିକ୍ଷା ନୀତିର ସମସ୍ତ ଉପକ୍ରମକୁ କାର୍ଯ୍ୟକାରୀ କରିବାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଗ୍ରଣୀ ଭୂମିକା ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବିଶ୍ୱର ସମସ୍ୟାର ସମାଧାନର ସୂତ୍ର ବାହାର କରିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିବା ସହ ଏହି ବିଶ୍ୱବିଦ୍ୟାଳୟ ବିଶ୍ୱରେ ଇନକ୍ୟୁବେଟର ଭାବରେ ଉଭା ହୋଇଛି ବୋଲି କହିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ଏହା ଲୋକମାନଙ୍କ ଭାବାବେଗ ସହ ଜଡ଼ିତ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଲୁମିନିକୁ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଆଗକୁ ଆସି ଦେଶ ପାଇଁ ଏକ ମଡ଼େଲ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଯୁବକଙ୍କୁ ଶିକ୍ଷାନୁଷ୍ଠାନ କେବଳ ଡିଗ୍ରୀ ପ୍ରଦାନ କରୁଥିବା ବେଳେ ରୋଜଗାର ଲୁକ୍କାୟିତ ହୋଇ ରହୁଛି । ଦକ୍ଷତା ଏକ ଅଭିନ୍ନ ଅଙ୍ଗ ଭାବେ ସମସ୍ତଙ୍କ ସହ ଯୋଡ଼ି ହୋଇଛି । ତେଣୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏହାର ଦାୟିତ୍ୱ ନେଉ । ଦକ୍ଷତା ବିକାଶ ଏବଂ ଶିକ୍ଷାର ପରିଧିକୁ ବ୍ୟାପକ କରିବା ସହ ନିଯୁକ୍ତିଦାତାଙ୍କୁ ସୃଷ୍ଟି କରିବାରେ ବିଶ୍ୱବିଦ୍ୟାଳୟ ଲକ୍ଷ୍ୟ ରଖିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶାପ୍ରକଟ କରିଛନ୍ତି ।

୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ସୁଦ୍ଧା ବିଶ୍ୱର ଗରିବ, ବଂଚିତ, ସାଧାରଣ ଲୋକଙ୍କ ମଡ଼େଲ୍ ଅଫ୍ ଲାଇଫ ଷ୍ଟାଇଲ ବା ଜୈବନଶୈଳି ପରବର୍ତନ କରିବାର କଳ୍ପନା ରହିଛି । ଏହା ଭାରତର ଦାୟିତ୍ୱ । ବିଶ୍ୱକୁ ଏକ ପରିବାର ଭାବେ ଭାବୁଥିବା ତଥା ‘ବସୁଧୈବ କୁଟୁମ୍ବକମ’ରେ ବିଶ୍ୱାସ ରଖୁଥିବା ଭାରତ ବିଶ୍ୱର କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ମହାମହିମ ଉପରାଷ୍ଟ୍ରପତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଅବସରରେ ଏକ ସ୍ମାରକୀ ଷ୍ଟାମ୍ପ, ସ୍ମାରକୀ ମୁଦ୍ରା, ଏକ ପୁସ୍ତକ ସମେତ ହିନ୍ଦି, ସଂସ୍କୃତ ଓ ତେଲୁଗୁ ଭାଷାରେ ଦିଲ୍ଲୀ ୟୁନିଭରସିଟି ଅଣ୍ଡର ଗ୍ରାଜୁଏଟ କରିକୁଲମ ଫ୍ରେମୱାର୍କ -୨୦୨୨ର ଉନ୍ମୋଚନ ସହ ବିଶ୍ୱବିଦ୍ୟାଳୟର ସେଂଟିନାରୀ ୱେବସାଇଟର ଶୁଭାରମ୍ଭ କରିଥିଲେ ।

Powered by Froala Editor

Tags dharmendra pradhan

Related articles Odisha News Lens 4.1

  •  ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ
    ବିଶେଷ

    ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    14692
    Mar 05, 2026
  • ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ସମ୍ପନ୍ନ
    ଦେଶ-ଦେଶାନ୍ତର

    ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ସମ୍ପନ୍ନ

    13369
    Mar 07, 2026
  • ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା
    ଦେଶ-ଦେଶାନ୍ତର

    ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା

    13612
    Mar 07, 2026
  • ନାମାଙ୍କନ ଦାଖଲ କଲେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ନାମାଙ୍କନ ଦାଖଲ କଲେ ନୀତିଶ କୁମାର

    15190
    Mar 05, 2026
  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ

    15170
    Mar 05, 2026
  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ
    ଦେଶ-ଦେଶାନ୍ତର

    ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

    14857
    Mar 06, 2026
  •  UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ
    ଦେଶ-ଦେଶାନ୍ତର

    UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ

    13425
    Mar 06, 2026
  •  ଏହି  ସ୍ଥାନରେ କଳାଜାଇ ଥିଲେ  ଖୋଲେ ପୂର୍ବଜନ୍ମର ରହସ୍ୟ
    ବିଶେଷ

    ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14057
    Mar 07, 2026
  •  ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ନାଗରିକଙ୍କୁ କରାଗଲାଣି ଉଦ୍ଧାର
    ଦେଶ-ଦେଶାନ୍ତର

    ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ନାଗରିକଙ୍କୁ କରାଗଲାଣି ଉଦ୍ଧାର

    14148
    Mar 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

    14857
    Mar 06, 2026
  • ଦେଶ-ଦେଶାନ୍ତର

    ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା

    13612
    Mar 07, 2026
  • ଦେଶ-ଦେଶାନ୍ତର

    UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ

    13425
    Mar 06, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17361
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16247
    Apr 03, 2021

ବିଶେଷ

  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14057
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    14692
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15159
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14367
    Mar 02, 2026
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    15069
    Feb 28, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15668
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15127
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14978
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14492
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନାମାଙ୍କନ ଦାଖଲ କଲେ ନୀତିଶ କୁମାର

    15190
    Mar 05, 2026
  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

    14857
    Mar 06, 2026
  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ

    15170
    Mar 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In