୧୪ ଜଣଙ୍କ ମୃତୁଦେହ ଉଦ୍ଧାର

ଛତିଶଗଡ଼: ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗତକାଲି ସଂଗଠିତ ଗୁଳିବିନିମୟ ଘଟଣାରେ ଆଜି ଏକ ବଡ଼ ଖବର ସାମନାକୁ ଆସିଛି । ଘଟଣାସ୍ଥଳରୁ ୧୪ ଜଣଙ୍କ ମୃତୁଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଏନେଇ ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ସୂଚନା ମିଳିଛି । ଗତକାଲି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟର ପରେ ୨୧ ଜଣ ଯବାନ ନିଖୋଜ ଅଛନ୍ତି । ରାୟପୁର ହସ୍ପିଟାଲଷର ଭର୍ତ୍ତି ହୋଇଥିବା ୭ ସୁରକ୍ଷାକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ପ୍ରକାଶ ଯେ, ଗତକାଲି ଛତିଶଗଡ଼ର ତରେମ୍ ଜଙ୍ଗଲରେ ନକ୍ସଲ୍ମାନଙ୍କ ସହ ଗୁଳି ବିନିମୟ ଆରମ୍ଭ ବେଳୁ ଏପର୍ୟ୍ୟନ୍ତ ପ୍ରାୟ ୨୧ଜଣ ଯବାନ ନିଖୋଜ ହୋଇଥିବା କୁହାଯାଉଛି। ନିଖୋଜ ଯବାନମାନଙ୍କର ସନ୍ଧାନ ନିମନ୍ତେ ତଲାସ ଅଭିଯାନ ଚାଲିଥିବା କଥା ଛତିଗଡ଼ର ପୁଲିସ ମହାନିର୍ଦେଶକ ଡିଏମ୍ ଅଓ୍ଵସ୍ତି କହିଛନ୍ତି। ସୁକ୍ମା-ବିଜାପୁର ସୀମାନ୍ତରେ ନିରାପତ୍ତା ବଳ ନକ୍ସଲ୍ ଦମନ ଅଭିଯାନ ଆରମ୍ଭ କରିଥିବା ବେଳେ ନକ୍ସଲ୍ମାନଙ୍କ ସହ ଭୀଷଣ ଗୁଳି ବିନିମୟ ଘଟିବା ଫଳରେ ୫ଜଣ ଯବାନ ସହିଦ ହେବା ସହ ଅନ୍ୟ ୨୦ଜଣ ଆହତ ହୋଇଥିଲେ। ଏହି ଗୁଳିବିନିମୟ ଘଟଣାରେ ୧୫ରୁ ଊର୍ଦ୍ଧ୍ୱ ମାଓବାଦୀ ନିହତ ହୋଇଥିବା କଥା ନିରାପତ୍ତା ବଳ ଆକଳନ କରୁଛି।