ସୈତାନ ବାପା: କୂଅରେ ଫିଙ୍ଗିଦେଲା ୩ ଛୁଆଙ୍କୁ

ସୁନ୍ଦରଗଡ଼ : ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ଝଗଡ଼ା ଲାଗିରହିଥିଲା । ପ୍ରତିଦିନ ଘରେ ମଧ୍ୟରେ ଅଶାନ୍ତିର ବାତାବରଣ ରହିଥିଲା । ଯାହାର କୁପରିଣତି ଏବେ ଦେଖାଦେଇଛି । ବାପା ସାଜିଲା ସୈତାନ । ନିଜ ଜନ୍ମକଲା ଛୁଆଙ୍କୁ କୂଅରେ ଫିଙ୍ଗିଦେଲା ବାପା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କୁଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟଣା ।
ସ୍ୱାମୀ ମଦ ପିଇ ଆସି ସ୍ତ୍ରୀଙ୍କ ସହିତ ଝଗଡ଼ା କରିଥିଲା । ଝଗଡ଼ା ଏତେ ପରିମାଣରେ ବଢିଗଲା ଯାଇଥିଲେ ଯେ ମଦ୍ୟପ ସ୍ୱାମୀ ନିଜ ୩ ଛୁଆଙ୍କୁ କୂଅରେ ଫିଙ୍ଗିଦେଇଥିଲା । ଯାହାଫଳରେ ୩ଛୁଆଙ୍କ ମୃତ୍ୟୁ ହୋଇଥିଲା । ମୃତ ୩ ଶିଶୁଙ୍କ ବୟସ ଯଥାକ୍ରମେ- ୫ ବର୍ଷ, ୨.୫ ବର୍ଷ, ୩ ବର୍ଷ ବୋଲି ସୂଚନା ରହିଛି । ହେଲେ ଏବେ ଯାଏଁ ସେମାନଙ୍କ ପରିଚୟ ମିଳିପାରିନାହିଁ । ସେପଟେ ଏଭଳି ଅମାନୁଷିକ ଘଟଣା ଭିଆଇବା ପରେ ମଦ୍ୟପ ବାପା ଘଟଣାସ୍ଥଳରୁ ଫେରାର ମାରିଛି । କୋଇଡ଼ା ଥାନା ପୋଲିସ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି ।
Powered by Froala Editor