୯ ଓଏଏସ୍ଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ୯ଜଣ ଓଏଏସ୍ଙ୍କୁ ବଦଳି କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ଯୁଗ୍ମ ସଚିବ ଥିବା ମନୋରଞ୍ଜନ ମଲ୍ଲିକଙ୍କୁ ସଚିବ ଭାବେ ନିଯୁକ୍ତିି ଦିଆଯାଇଛି ।
ଗ୍ରାମ୍ୟ ଉନ୍ନୟନ ବିଭାଗରେ ଅତିରିକ୍ତ ସଚିବ ଥିବା ଶ୍ରୀଧର ନାୟକ ରାଜ୍ୟ ସୂଚନା କମିଶନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଢେଙ୍କାନାଳର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶଶାଙ୍କ ଶେଖର ଦାଶଙ୍କୁ ସାଧାରଣ ଓ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଓଡିଶା ପର୍ୟ୍ୟଟନ ନିଗମ(ଓଟିଡିସି) ଜିଏମ୍ ଥିବା ଶାନ୍ତନୁ କୁମାର ମହାନ୍ତିଙ୍କୁ ଭଦ୍ରକର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ଦିଆଯାଇଛି । କଟକ ଆରଡିସି ଅଫିସ୍ରେ ଯୁଗ୍ମ ନିର୍ଦ୍ଦେଶକ ଥିବା ଧରିତ୍ରୀ ମିଶ୍ରଙ୍କୁ ଆଚାର୍ୟ୍ୟ ହରିହର ପିଜି କ୍ୟାନସର ଇନଷ୍ଟିଚ୍ୟୁଟ୍ର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।
ଭୁବନେଶ୍ୱରରେ ବିଡିଓ ଥିବା ରମେଶ ଚନ୍ଦ୍ର ସେଠୀଙ୍କୁ ଢେଙ୍କାନାଳର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଅବସ୍ଥାପିତ କରାଯାଇଛି । ଅନୁଗୁଳ ଅତିରିକ୍ତ ପିଡି ଡିଆରଡିଏ ସୁଶାନ୍ତ କୁମାର ପତିଙ୍କୁ ପାଲଲହଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ଅନୁଗୁଳ ଅତିରିକ୍ତ ଉପଜିଲ୍ଲାପାଳ ବାଇତୁରା ଦୀପ୍ ଅନୁଗୁଳ ଉପଜିଲ୍ଲାପାଳ ହୋଇଛନ୍ତି । କନ୍ଧମାଳର ଡେପୁଟି କଲେକ୍ଟର ସରୋଜ କୁମାର ବେହେରା ସ୍ୱାସ୍ଥ୍ୟ ବିଭାଗର ଉପସଚିବ ଏବଂ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ।
Powered by Froala Editor