କରୋନା ପାଇଁ ଦେଶର କ୍ଷତି ହୋଇଛି ୫୦ ଲକ୍ଷ କୋଟି ଟଙ୍କା

କରୋନା ପାଇଁ ଦେଶର ୫୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଗତ ତିନିବର୍ଷରେ ଏତେ ବଡ଼ ରକମର କ୍ଷତି ଭରଣା ପାଇଁ ଦେଶକୁ ପ୍ରାୟ ୧୦ ବର୍ଷ ଲାଗିଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଆକଳନ କରାଯାଇଛି ।
ଆରବିଆଇର ଏକ ରିପୋର୍ଟ ଅନୁଯାୟୀ, କରୋନା ଯୋଗୁଁ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥିଲା । ଫଳରେ ୨୦୨୦-୨୧ରେ ୧୯.୧ ଲକ୍ଷ କୋଟି ଟଙ୍କା, ୨୦୨୧-୨୨ରେ ୧୭.୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ତେବେ ୨୦୨୨-୨୩ରେ ମଧ୍ୟ ୧୬.୪ ଲକ୍ଷ କୋଟି ଟଙ୍କା କ୍ଷତି ହେବବୋଲି ଆକଳନ କରାଯଇଛି । ଏହି କ୍ଷତି ଭରଣା କରିବା ପାଇଁ ପ୍ରାୟ ୧୦ ବର୍ଷ ଲାଗିବ । ୨୦୩୪-୩୫ ସୁଦ୍ଧା ଏହି କ୍ଷତି ଭରଣା ହେବବୋଲି ଆଶା କରାଯାଉଛି ।
ଦେଶର ଜିଡ଼ିପି ଅଭିବୃଦ୍ଧି ୬.୫%ରୁ ୮.୫% ମଧ୍ୟରେ ରହିବ ବୋଲି ଆକଳନ କରାଯାଉଛି । ଏହି ଅଭିବୃଦ୍ଧି ବଜାୟ ରଖିବାକୁ ହେଲେ ଆସନ୍ତା ୫ ବର୍ଷ ଭିତରେ ସରକାରୀ ଋଣକୁ ଜିଡ଼ିପିର ୬୬% ତଳକୁ ଖସାଇବାକୁ ପଡ଼ିବ । କରୋନା ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିଲେବି କୃଷି ଓ ଆନୁଷଙ୍ଗୀକ କ୍ଷେତ୍ର, ସୂଚନା ପ୍ରଯୁକ୍ତି ସେବା, ରପ୍ତାନୀ, ଡିଜିଟାଲକରଣ ଓ ଅକ୍ଷୟ ଶକ୍ତି କ୍ଷେତ୍ର ଆମକୁ ପ୍ରତ୍ୟାବର୍ତନ ପାଇଁ ବିଶ୍ୱାସ ଦେଇଛି ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।
Powered by Froala Editor