ଟ୍ରେନ୍ ଲାଇନ ପାର ହେଉଥିବାବେଳେ ମାଡ଼ିଗଲା ଏକ୍ସପ୍ରେସ, ୨୭ ମଇଁଷି ମୃତ

ରାୟଗଡ଼ା ଜିଲା ପିତାମହଲ ନିକଟରେ ଟ୍ରେନ୍ ଦୁର୍ଘଟଣାରେ ୨୭ଟି ମଇଁଷିଙ୍କର ମୃତ୍ୟୁ ଘଟିଛି। ଟ୍ରେନ୍ ଲାଇନ୍ ପାର ହେବା ସମୟରେ ଏହି ମଇଁଷିପଲକୁ ଆଲେପି-ଧାନବାଦ ଏକ୍ସପ୍ରେସ ଧକ୍କା ଦେଇଥିଲା।
ସୂଚନା ଅନୁଯାୟୀ, ଏହି ମଇଁଷି ପଲରେ ପ୍ରାୟ ୩୫ଟି ମଇଁଷି ଥିଲେ। ସେମାନେ ପିତାମହଲ ନିକଟରେ ରେଳ ଧାରଣା ପାରି ହେଉଥିବା ବେଳେ ହଠାତ୍ ଆସି ଯାଇଥିଲା ଆଲେପି-ଧାନବାଦ ଏକ୍ସପ୍ରେସ ଟ୍ରେନ୍। ଏହି ଘଟଣା ପରେ ମଇଁଷି ମାନଙ୍କ ମୃତଦେହକୁ ରେଳ ଧାରଣା ଓ ଏହା ଆଖପାଖରୁ ଜବତ କରାଯାଇଛି। ଏହି ଦୁର୍ଘଟଣା ଯୋଗୁ ଉକ୍ତ ରୁଟ୍ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇନାହିଁ।
Powered by Froala Editor