ହାଟରୁ ଫେରୁଥିବାବେଳେ ଅଟୋକୁ ଚାପିଦେଲା ଟ୍ରକ୍, ୩ ମୃତ
ହାଟରୁ ଅଟୋରେ ଘରକୁ ଫେରୁଥିବା ବେଳେ ଟ୍ରକ୍ ଚାପିଦେବାରୁ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥର କୋଡ଼ପଡ଼ା ନିକଟ ଗୋହିରାବଣୀ ଛକରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଟୁକୁନା ମୁଣ୍ଡା (୪୫), ସନା ମୁଣ୍ଡା (୪୭) ଓ ଆଚି ମୁଣ୍ଡା (୩୮)। ଆହତମାନେ ହେଲେ ଓକିଲ ଜେନା (୩୬) ଓ ସୋମବାରୀ ମୁଣ୍ଡା (୪୫)। ଦୁର୍ଘଟଣା ପରେ ମୃତକଙ୍କ ପରିବାର ଲୋକେ ଭାଙ୍ଗି ପଡିଥିବାବେଳେ କୋହଭରା ସ୍ଥିତି ଦେଖିବାକୁ ମିଳିଛି ଆଚିଙ୍କ ପରିବାରରେ ।
ତାଙ୍କ ପିଲାମାନେ ତାଙ୍କୁ ଅପେକ୍ଷା କରି ବସିଥିଲେ । ମା’ ହାଟକୁ ଯାଇଛି କିଛି ନା କିଛି ଖାଇବାକୁ ଆଣିବ । ଖେଳନା ବି ଆଣିବ । କିନ୍ତୁ ସେମାନେ ଯେ, ମା’ର ମୃତଦେହ ଦେଖିବେ କଳ୍ପନା କରିନଥିଲେ । ଏବେ ପିଲାମାନେ କାନ୍ଦି କାନ୍ଦି ମା’କୁ ଖୋଜୁଛନ୍ତି । କିନ୍ତୁ ଆଚି ଆଉ ଫେରିବେନି ବୋଲି ସେମାନେ ଜାଣିନାହାନ୍ତି । ଏଭଳି ଦୃଶ୍ୟ ଦେଖି ସମସ୍ତଙ୍କ ଛାତି କୋହରେ ଭରି ଯାଉଛି ।
ସୂଚନା ଅନୁସାରେ, ହାଟଡିହି ବ୍ଲକ ହାବେଳେଶ୍ବର ପଞ୍ଚାୟତ ଅଧିନ ଜାବିନୀପୁର ଗାଁରୁ ଟୁକୁନା ମୁଣ୍ଡା, ସନା ମୁଣ୍ଡା, ଆଚି ମୁଣ୍ଡା, ସୋମବାରୀ ମୁଣ୍ଡା ଅନ୍ୟମାନଙ୍କ ସହିତ ଆଜି ସକାଳୁ ମୟୂରଭଂଜ ଜିଲ୍ଲା ମହୁଲଡହା ଥାନା ଅନ୍ତର୍ଗତ ସାତକୋଶିଆ ସାପ୍ତାହିକ ହାଟକୁ ଯାଇଥିଲେ। ସେମାନେ ହାଟ କାମ ସାରି ଅପରାହ୍ନରେ ଫେରୁଥିଲେ। ଅପରାହ୍ନ ପ୍ରାୟ ୪ଟାରେ କୋଡପଡ଼ା ନିକଟ ଗୋହିରାବଣୀ ଛକରେ ଚିପ୍ସ ବୋଝେଇ ଟ୍ରକ୍ ଅଟୋ ଉପରେ ଚଢ଼ିଯାଥିଲା। ଅଟୋକୁ ଧକ୍କା ଦେବା ପରେ ଟ୍ରକ୍ ଟି ମଧ୍ୟ ଓଲଟି ପଡ଼ିଥିଲା।
Powered by Froala Editor