ସାବଧାନ! ଫ୍ରିଜରେ କଟା ପିଆଜ ରଖୁଛନ୍ତି କି?
ପିଆଜ ଖାଇବା ଦ୍ୱାରା ଆମର ବହୁ ଉପକାର ହୋଇଥାଏ । ପିଆଜକୁ ନିୟମିତ ତରକାରୀ ହେଉ ଅଥବା ବିଭିନ୍ନ ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ । ତରକାରୀ ଠାରୁ ଆରମ୍ଭ କରି ସାଲାଡ ପର୍ୟ୍ୟନ୍ତ ପିଆଜ ସବୁଥିରେ ଆବଶ୍ୟକ ଅଟେ । କିନ୍ତୁ ବେଳେ ବେଳେ କଟା ପିଆଜ ଏବଂ ପିଆଜକୁ ବହୁ ଲୋକେ ଫ୍ରିଜରେ ରଖିଥାଆନ୍ତି । ମାତ୍ର ଏପରି ରଖିବା ଉଚିତ ନୁହେଁ । ପିଆଜକୁ ଫ୍ରିଜରେ ରଖିଲେ ଏହା ଆମ ପାଇଁ ଉପକାରୀ ହେବା ବଦଳରେ ଆମ ଶରୀରର କ୍ଷତି କରିଥାଏ ।
କଟା ପିଆଜକୁ ଖାଲିରେ ଅଥବା ଫ୍ରିଜରେ ରଖିଲେ ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆର ବୃଦ୍ଧି ହୋଇଥାଏ । ସେହି ପିଆଜକୁ ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟର କ୍ଷତି କରିଥାଏ । ଆମ ଶରୀରର ଶକ୍ତିକୁ ତଥା କାର୍ୟ୍ୟ କରିବାର କ୍ଷମତାକୁ ଏହା ହ୍ରାସ କରିଥାଏ । ଶରୀରରେ ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାଏ ।
ଫ୍ରିଜରେ ଗୋଟା ପିଆଜକୁ ରଖିଲେ ଏହାର ଭିତର ଅଂଶ ଶୁଷ୍କ ହୋଇଯାଏ ଏବଂ ଏହାର ଭଲ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ । ଆମେ ଏହି ପିଆଜକୁ ଖାଇଲେ ଆମ ଶରୀରରେ ବିଭିନ୍ନ ରୋଗ ହୋଇଥାଏ । ଆଣ୍ଠୁଗଣ୍ଠି ଓ ହାଡ ଜନିତ ବହୁ ସମସ୍ୟା ମଧ୍ୟ ହୋଇଥାଏ ।
Powered by Froala Editor