ଚୁଟକିରେ ଅଣ୍ଟାବିନ୍ଧାରୁ ପାଆନ୍ତୁ ମୁକ୍ତି......

ଆଜିକାଲି ଅଣ୍ଟାବିନ୍ଧା ଲୋକଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଛି । ସାଧାରଣତଃ ବୟସ୍କ ଲୋକମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ । ହେଲେ ଏବେ ଏହା ସମସ୍ତ ବୟସର ଲୋକଙ୍କଠାରେ ଦେଖାଦେଉଛି । ଏହାର ମୁଖ୍ୟ କାରଣ ହେଲା କମ୍ ପରିଶ୍ରମ ଓ ଖାଦ୍ୟ ଗ୍ରହଣରେ ଅନିୟମିତତା ଓ ଅଧିକ ସମୟ କାର୍ୟ୍ୟାଳୟରେ ବସି କାମ କରିବା ଇତ୍ୟାଦି । ଲୋକେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅନେକ ଔଷଧ ସେବନ କରି ଥାଆନ୍ତି । ହେଲେ ଖୁବ୍ କମ୍ ଲୋକେ ଏ ବିଷୟରେ ଅବଗତ ଯେ, ଅଣ୍ଟାବିନ୍ଧା ଦୂର କରିବାର କିଛି ଘରୋଇ ଉପାୟ ରହିଛି । ଯାହାଦ୍ୱାରା ଯନ୍ତ୍ରଣାରୁ ତୁରନ୍ତୁ ଉପଷମ ମିଳିବା ସହିତ ପାର୍ଶ୍ୱପ୍ରତିକ୍ରିୟାର ଭୟ ମଧ୍ୟ ନଥାଏ । ତେବେ ଚାଲନ୍ତୁ ଜାଣିବା ଘରୋଇ ଉପାୟରେ କିପରି ଅଣ୍ଟାବିନ୍ଧାକୁ ଦୂର କରିବା –
-ପ୍ରତିଦିନ ସକାଳୁ ସୋରିଷ କିମ୍ବା ନଡିଆ ତେଲରେ ରସୁଣର ୩-୪ ପାଖୁଡା ପକାଇ ଗରମ କରନ୍ତୁ । ଥଣ୍ଡା ହେବା ପରେ ଏହି ତେଲକୁ ଅଣ୍ଟାରେ ମାଲିସ କରନ୍ତୁ ।
-କଡେଇରେ ୨-୩ ଚାମଚ ଲୁଣ ପକାଇ ଭଲରେ ଗରମ କରନ୍ତୁ । ଏହି ଲୁଣକୁ ଏକ ମୋଟା ସୂତା କପଡାରେ ବାନ୍ଧି ପୁଟୁଳି ଭଳି ବନାନ୍ତୁ । ଏହି ପୁଟୁଳିରେ କଷ୍ଟ ହେଉଥିବା ସ୍ଥାନରେ ସେକ ଦିଅନ୍ତୁ । ଏପରି କଲେ ଅଣ୍ଟାବିନ୍ଧାରୁ ଉପଷମ ମିଳିଥାଏ ।
-ଜୁଆଣୀକୁ ଅଳ୍ପ ଆଂଚରେ ଭାଜି ଦିଅନ୍ତୁ । ଥଣ୍ଡାହେବା ପରେ ପରେ ଧୀରେ ଧୀରେ ଚୋବାଇ ଜୁଆଣୀକୁ ଗିଳି ଦିଅନ୍ତୁ । ନିୟମିତ ରୂପେ ଏପରି କଲେ ଆପଣ ଅଣ୍ଟାବିନ୍ଧାରୁ ରକ୍ଷା ପାଇପାରିବେ ।
-କୌଣସି ସ୍ଥାନରେ ଦୀର୍ଘ ସମୟ ପର୍ୟ୍ୟନ୍ତ କାମ କରନ୍ତୁ ନାହିଁ । ପ୍ରତି ୪୦ ମିନିଟ ପରେ ଉଠି ଟିକେ ଚଲାବୁଲା କରିବା ଉଚିତ ।
Powered by Froala Editor