ଖରା ପାଇଁ ଶୁଖି ଯାଉଛି କି ତଣ୍ଟି, ପିଅନ୍ତୁ ଏହି ଜୁସ
ଖରାଦିନେ ଭିନ୍ନ ଭିନ୍ନ ପ୍ରକାରର ଜୁସ, ଲସି କିମ୍ବା ଅନ୍ୟ କିଛି ପାନୀୟ ପ୍ରସ୍ତୁତ କରି ପିଇବାକୁ ବହୁତ ଇଛା ହୁଏ । ଆଉ ଯଦି ପ୍ରତିଦିନ ଭେରାଇଟି ଭେରାଇଟି ଡ୍ରିଂକ୍ସ ମିଳିଯାଏ । ତେବେ ତ କଥା ସରିଲା । ଆପଣ ତ ନିଶ୍ଚିତ ରୂପେ ଘରେ ପ୍ରସ୍ତୁତ କରି ଅଥବା ବାହାରରୁ କିଛି ଟେଷ୍ଟି ଟେଷ୍ଟି ଡ୍ରିଂକ୍ସ ପିଇଥିବେ । ତେବେ ଆସନ୍ତୁ ଟେଷ୍ଟି ଆଉ ହେଲଦି “ବ୍ଲୁବେରୀ ସ୍ମୁଦି” ପ୍ରସ୍ତୁତ କରି ନିଜେ ପିଅନ୍ତୁ ଓ ଅନ୍ୟମାନଙ୍କୁ ବି ପିଇବାକୁ ଦିଅନ୍ତୁ । ଏହାକୁ ଆପଣ ନିଜକୁ ରିଫ୍ରେଶ କରିବା ପାଇଁ ଅଥବା ବ୍ରେକଫାଷ୍ଟ କରିବା ପରେ ନେଇପାରିବେ ।
ପ୍ରଥମେ ଲେଖିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
୨ କପ ନଡ଼ିଆ ପାଣି
୨ କପ ଫରଜେନ ବ୍ଲୁବେରି
୧ ଟିଏ ଫ୍ରିଜରେ ଥଣ୍ଡା କରାଯାଇଥିବା କଦଳୀ
ଅଧା କପ ଦହି
ଗୋଟେ ଚାମଚ ଫ୍ଲାକ୍ସ ସିଡ଼
ପ୍ରସ୍ତୁତି ପ୍ରଣାଳୀ;
ପ୍ରଥମେ ବ୍ଲୁବେରି, ନଡ଼ିଆ ପାଣି, କଦଳୀ, ଦହି, ଫ୍ଲାକ୍ସ ସିଡ଼କୁ ଭଲ ଭାବରେ ଗ୍ରାଇଣ୍ଡ କରି ନିଅନ୍ତୁ । କ୍ରିମି ହେବା ଯାଏଁ ପ୍ରାୟତଃ ୩୦ ସେକେଣ୍ଡ ପାଇଁ ଗ୍ରାଇଣ୍ଡରରେ ବୁଲାଇ ଦିଅନ୍ତୁ । ଭଲ ଭାବରେ ପେଷି ହୋଇଗଲେ ଲମ୍ବା ଲମ୍ବା ଷ୍ଟାଇଲିସ ଗ୍ରାସରେ ଢ଼ାଳି ନିଜେ ପିଅନ୍ତୁ ଆଉ ଅନ୍ୟମାନଙ୍କୁ ପିଇବାକୁ ଦିଅନ୍ତୁ ।
Powered by Froala Editor