ବାରମ୍ବାର ପରିସ୍ରା ଲାଗୁଛିକି? ଜାଣନ୍ତୁ ଏଥିପାଇଁ ଦାୟୀ କିଏ
ରାତିରେ କିଛି ଲୋକଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ। ସେମାନଙ୍କୁ ପରିସ୍ରା ଯିବା ଲାଗି ବାରମ୍ବାର ଶେଯରୁ ଉଠିବାକୁ ପଡ଼ିଥାଏ । ବେଳେବେଳେ କିଛି ବ୍ୟକ୍ତି ବିଛଣାରେ ପରିସ୍ରା କରିଦେଇଥାଆନ୍ତି । ଏଥିପାଇଁ ଦାୟୀ ହେଉଛି ଲୁଣ । ଜାପାନର ଡାକ୍ତରମାନେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବା ପରେ ଜାଣିବାକୁ ପାଇଛନ୍ତି ଯେ, ଅଧିକ ଲୁଣ ଖାଇବା ଦ୍ୱାରା ରାତିରେ ବାରମ୍ବାର ପରିସ୍ରା ଲାଗିଥାଏ । ଏଭଳି ସମସ୍ୟାକୁ ନ୍ୟୁକ୍ଚୁରିଆ କହନ୍ତି ।
ବିଶେଷ କରି ୬୦ ବର୍ଷ ବୟସ ଅତିକ୍ରମ କରିବା ପରେ ଲୋକମାନେ ଏଭଳି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ନ୍ୟୁକ୍ଚୁରିଆ ଦ୍ୱାରା ଜଣେ ପୀଡ଼ିତ ହେବା ପରେ ନିଦ ଠିକ୍ ଭାବେ ହୋଇନଥାଏ। ସତେଜତା କମିଯାଏ। ଦିନତମାମ୍ କ୍ଳାନ୍ତି ଏବଂ ଆଳସ୍ୟ ବୋଧ ହୁଏ। ଦୈନନ୍ଦିନ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇ ବିରକ୍ତି ଲାଗେ। ଏ ସମ୍ପର୍କରେ ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ଲାଗି ଡାକ୍ତରମାନେ ୩ ଶହରୁ ଊଦ୍ଧ୍ୱର୍ ଲୋକଙ୍କ ଉପରେ ଅଧ୍ୟୟନ କରିଥିଲେ।
ପରୀକ୍ଷାରୁ ରାତିରେ ବାରମ୍ବାର ପରିସ୍ରା ଯିବାର କାରଣ ଜଣାପଡ଼ିଥିଲା। ତେବେ ନ୍ୟୁକ୍ଚୁରିଆ ହେଉଛି ବାରମ୍ବାର ପରିସ୍ରା ଯିବାର ଏକ ସଙ୍କେତ। ଅପର ପକ୍ଷେ ମଧୁମେହ, ହୃଦ୍ରୋଗ ଏବଂ ନିଦ୍ରାହୀନତାରେ ଶିକାର ହେଲେ ଜଣଙ୍କୁ ବାରମ୍ବାର ପରିସ୍ରା ଲାଗେ । ଯଦି ଜଣେ ନ୍ୟୁକ୍ଚୁରିଆ ଦ୍ୱାରା ପୀଡ଼ିତ ତେବେ ସେ ଦିନକୁ ୬ ଗ୍ରାମରୁ ଅଧିକ ପରିମାଣର ଲୁଣ ଖାଇବା ଉଚିତ୍ ନୁହେଁ ।
Powered by Froala Editor