ଆଇଏମଡି ଟ୍ୱିଟର ଆକାଉଣ୍ଟ ହ୍ୟାକ୍, ୨ ଘଣ୍ଟା ପରେ ହେଲା ରିକଭରି
ଶନିବାର ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଯାଇଥିଲା। ଏହି ଟ୍ୱିଟର ହ୍ୟାଣ୍ଡେଲକୁ ୨ ଘଣ୍ଟାରୁ ଅଧିକ ସମୟ ଧରି ହ୍ୟାକ୍ କରାଯାଇଥିଲା । ତେବେ ହ୍ୟାକର୍ସ ଏହାକୁ ହ୍ୟାକ୍ କରି ଏହା ଉପରେ NFT ଟ୍ରେଣ୍ଡିଂ ଆରମ୍ଭ କରିଦେଇଥିଲେ । ଏହି ଟ୍ୱିଟର ଆକାଉଣ୍ଟରେ ଏକ ପିନ୍ କରାଯାଇଥିବା ମାସେଜ ଦେଖାଯାଇଥିଲା ଯାହା କିଛି NFT ଟ୍ରେଣ୍ଡିଂ ସହ ଜଡିତ ଥିଲା । ହ୍ୟାକର୍ସ ପ୍ରଥମେ ଏହାର ପ୍ରୋଫାଇଲ୍ ଚିତ୍ର ପରିବର୍ତ୍ତନ କରିଥିଲେ ଏବଂ ତା’ପରେ ପୁଣି ପ୍ରୋଫାଇଲ୍ ଚିତ୍ର ହଟାଇ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଆଇଏମଡିଙ୍କ ଟ୍ୱିଟର ଆକାଉଣ୍ଟରେ ଅଢେଇଲକ୍ଷରୁ ଅଧିକ ଫଲୋଅର ଅଛନ୍ତି। ବିଭାଗୀୟ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ସ୍ପଷ୍ଟ କରିଛନ୍ତି ।
ତେବେ ଆଇଏମଡିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପୂର୍ବରୁ ହ୍ୟାକରମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟର ମଧ୍ୟ ହ୍ୟାକ୍ କରିଥିଲେ। ଏ ନେଇ ଶନିବାର ସାଇବର କ୍ରାଇମ ଥାନାରେ ଅଜ୍ଞାତ ହ୍ୟାକରଙ୍କ ବିରୋଧରେ ଲିଖିତ ଏତଲା ମଧ୍ୟ ଦିଆଯାଇଥିଲା। ମାମଲାର ପୋଲିସ ତଦନ୍ତ ଜାରିଥିବା ବେଳେ ହ୍ୟାକରଙ୍କ ସନ୍ଧାନ ଲାଗି ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଇଥିଲା।
Powered by Froala Editor