ପରୀକ୍ଷା ଖାତାରେ ‘ପୁଷ୍ପା ରାଜ୍’

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା’ ପିଲ୍ମଟି ରିଲିଜ ହେବା ପରେ ସମସ୍ତଙ୍କ ଉପରେ ଯେମିତି ପୁଷ୍ପା ଭୂତ ଛାଇ ଯାଇଛି । ଗୀତଠୁ ଆରମ୍ଭ କରି ଡାଇଲଗ ସମସ୍ତଙ୍କୁ କିମିଆ କରିଛି । ପିଲା ଠାରୁ ଆରମ୍ଭ କରି ବୁଢ଼ା ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଡାଏଲଗ୍ ‘ମେଁ ଝୁକେଗା ନେହିଁ…’। ଅନେକ ଏହି ଡାଏଲଗ୍କୁ ନେଇ ରିଲ ଭିଡିଓ ମଧ୍ୟ ତିଆରି କରିଛନ୍ତି। ହେଲେ ଏହାର ପ୍ରଭାବ ପିଲାଙ୍କ ମୁଣ୍ଡରେ କେମିତି ରହିଛି ଚାଲନ୍ତୁ ଜାଣିବା । ନିକଟରେ ପରୀକ୍ଷା ଚାଲିଥିବାବେଳେ ଜଣେ ଛାତ୍ର ପରୀକ୍ଷା ଖାତାରେ ପୁଷ୍ପା ଫିଲ୍ମର ଡାଇଲଗ ଲେଖି ଛାଡି ଦେଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପଶ୍ଚିମବଙ୍ଗରେ ମାଧ୍ୟମିକ ପରୀକ୍ଷା ପ୍ରାୟ ସରିଗଲାଣି। ଏବେ ପରୀକ୍ଷା ଖାତା ମୂଲ୍ୟାୟନ ଚାଲିଛି। ତେବେ ମୂଲ୍ୟୟନ ବେଳେ ସମ୍ପୂର୍ଣ୍ଣ ଉତ୍ତର ଖାତାରେ ପିଲାଟି ‘ ପୁଷ୍ପା ପୁଷ୍ପା ରାଜ ଅପୁନ୍ ଲିଖେଗା ନେହିଁ ସାଲା’ ଲେଖିଥିବା ଦେଖିବାକୁ ମିଳିଛି। ଏହା ଦେଖି ମୂଲ୍ୟାଙ୍କନ କରୁଥିବା ଶିକ୍ଷକ ଚକିତ ହୋଇପଡିଛନ୍ତି। ପିଲାଟିର ପରୀକ୍ଷା ଖାତାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସେହିପରି କିଛି ଦିନ ପୂର୍ବେ ବୀରଭୂମିର ତୃଣମୂଳ କଂଗ୍ରେସ ନେତା ‘ଖେଲା ହୋବେ’ ଡାଏଲଗ ଦୋହରାଇଥିଲେ। ଏବେ ମାଟିକ୍ର ପରୀକ୍ଷା ଖାତାରେ ଅନ୍ୟ ଜଣେ ପିଲା ଏହି ‘ଖେଲା ହୋବେ’ ଡାଏଲଗ୍ ଲେଖିଥିବା ଦେଖିବାକୁ ମିଳିଛି।
Powered by Froala Editor