ଆକାଶରୁ ପଡ଼ିଆରେ ଖସି ପଡ଼ିଲା ଧାତବ ରିଙ୍ଗ୍
ମହାରାଷ୍ଟ୍ର ଚନ୍ଦ୍ରପୁର ତହସିଲର ସିନ୍ଧଓ୍ବୋହିର ଏକ ଖୋଲା ପଡ଼ିଆରେ ଆକାଶରୁ ଖସିପଡିଲା ଗୋଲାକାର ଧାତବ ରିଙ୍ଗ୍ । ଏମିତି ଆଗରୁ କେବେ ହୋଇନଥିଲା । ଯାହାକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏହା କ’ଣ ବୋଲି ଯାଞ୍ଚ ଚାଲିଛି । ଶନିବାର ରାତିରେ ସ୍ଥାନୀୟ ଲୋକେ ଆକାଶରେ ଦୀର୍ଘକାୟ ବସ୍ତୁ ଜଳୁଥିବାର ଦେଖିଥିଲେ। ଏହାର କିଛି ସମୟ ପରେ ଏକ ଉତ୍ତପ୍ତ ମେଟାଲ ରିଙ୍ଗ୍ ଆକାଶରୁ ତଳକୁ ଖସିଥିବା ଲୋକେ କହିଛନ୍ତି।
ନ୍ୟୁଜିଲାଣ୍ଡସ୍ର ମାହିଆ ପେନସୁଲାରୁ ରକେଟ୍ ଲାବ୍ ଇଲେକ୍ଟ୍ରୋନିକ ଲଞ୍ଚରୁ ଶନିବାର ଦୁଇଟି ସାଟେଲାଇଟ୍ ଲଞ୍ଚ କରାଯାଇଥିବାବେଳେ ମିଳିଥିବା ଅବଶେଷ ରକେଟ୍ ଲଞ୍ଚର ହୋଇଥିବା ଆଶଙ୍କା କରାଯାଉଛି। ଅନ୍ୟପଟେ ଚାଇନା ତା'ର 'ଚାଙ୍ଗ୍ ଜେଙ୍ଗ୍ ୩ବି' ଓ୍ବାଇ୭୭ ଲଞ୍ଚ କରିଥିବାବେଳେ ଉକ୍ତ ଗୋଲାକାର ବସ୍ତୁ ଚାଇନା ରକେଟର ହୋଇଥିବା ଅଷ୍ଟ୍ରୋନମର ଜୋନାଥାନ ଏମ୍ସିଡୋଓ୍ବେଲ୍ ଟୁଇଟରରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି। ରିଙ୍ଗ୍ଟି ୩ ମିଟର ଗୋଲାକାର ବିଶିଷ୍ଟ । ମୁମ୍ବାଇ ଡିଜାଷ୍ଟର ମ୍ୟାନେଜମେଣ୍ଟ ରୁମ୍ରୁ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜିଲାପାଳ ଅଜୟ ଗୁଲହାନେ କହିଛନ୍ତି।
Powered by Froala Editor